ଢେଙ୍କାନାଳ ୧୪/୦୪/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଭାରତ ରତ୍ନ ଡ଼. ବି. ଆର ଆମ୍ବେଦକର ଓ ସମର କବି ବ୍ରଜ ନାଥ ବଡ଼ଜେନାଙ୍କ ଜୟନ୍ତୀ ଢେଙ୍କାନାଳରେ ମହା ସମାରୋହରେ ପାଳିତ ହେଇଯାଇଛି । ପ୍ରଥମେ ବ୍ରଜ ନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାରତ ରତ୍ନ ଡ଼. ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ବୁଦ୍ଧିଜୀବୀ, ଲୋକ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଓ ଆମ୍ବେଦକର ମେମୋରିଆଲ ଫାଉଂଡେସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିଲା ।
