ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡା କ୍ଷେତ୍ରରେ ସାରା ଜିଲାରେ ଉତ୍କର୍ଷତା ହାସଲ କରିବା ସହ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଶିକ୍ଷକ ଶ୍ରୀ କର ସୁନାମ ଅର୍ଜ୍ଜନ କରିଥିବାରୁ ତାଙ୍କୁ  ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିବାରୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଅଭିନବ ପ୍ରୟାସ ଏବଂ ଶିକ୍ଷାର ଅଗ୍ରଗତିରେ ନିରବଛିନ୍ନ ଉଦ୍ୟମ ଜାରି ରଖିଥିବାରୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ରୀଡା ଶିକ୍ଷକ ଶ୍ରୀ କରଙ୍କୁ  ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ବିଭାଗ ମନ୍ତ୍ରୀ ସୁଦାମ ମାଣ୍ଡି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ ଉପସ୍ଥିତ ଥିଲେ । ଏହି ପୁରସ୍କାର ପାଇବା ପରେ ଶ୍ରୀ କରଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *