ଲକ୍ଷ୍ମୀପୁର ୦୧/୦୪/୨୦୨୬ (ଓଡ଼ିଶା ସମାଚାର)- ଆଜି ହେଉଛି ଏପ୍ରିଲ ମାସ ଏକ ତାରିଖ।୧୯୩୬ ମସିହା ଆଜିର ଦିନ ଆମ ରାଜ୍ୟ ଓଡିଶା ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହୋଇଥିଲା। ରାଜ୍ୟ ନିଜର ରାଜନୈତିକ ମାନଚିତ୍ର ର ଆକାର ମଧ୍ୟ ପ୍ରାପ୍ତ କରିଥିଲା। ଏହା ପୂର୍ବରୁ ବଙ୍ଗ ଓ ବିହାର ଆମ ରାଜ୍ୟର ଅଧା ଅଧା ନେଇ ନିଜ ନିଜ ରାଜ୍ୟରେ ମିଶାଇବାକୁ ଚାହୁଁଥିଲେ, ହେଲେ ଆମ ରାଜ୍ୟର ବୀର ପୁତ୍ର କିନ୍ତୁ ତାହା ହେବାକୁ ଦେଲେ ନାହିଁ।ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାଶ, ଉତ୍କଳ ଗୌରବ ମଧୁସୂଦନ ଦାଶ,ସ୍ଵଭାଵ କବି ଗଙ୍ଗାଧର ମେହେର, ବ୍ୟାସ କବି ଫକୀର ମୋହନ ସେନାପତି ଓ ଗଜପତି ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ମିଶି ସେହି ସମୟରେ ଓଡିଶାକୁ ନୂଆ ପରିଚୟ ଦେଇଥିଲେ। ସେଇ ଦିନଠୁ ଏପ୍ରେଲ ମାସ ଏକ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରାଯାଉଛି।
ଏଇ କ୍ଷେତ୍ରରେ ଲକ୍ଷ୍ମୀପୁର ବ୍ଲକ ମଧ୍ୟ ପଛରେ ନାହିଁ। ଆଜି ଏଇ ଉତ୍କଳ ଦିବସକୁ ମହା ସମାରୋହରେ ପାଳନ କରା ଯାଇଛି। ଉତ୍କଳ ଦିବସ ଉପଲକ୍ଷେ ସ୍ଥାନୀୟ ସାଙ୍ଗାନ୍ନା ହାଇସ୍କୁଲ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଉତ୍ସବ ମୁଖର ହୋଇ ଉଠିଛି।ସ୍ଥାନୀୟ ସାଙ୍ଗାନ୍ନା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ସଭାପତିତ୍ୱରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାହିତ୍ୟ ପରିଷଦ ସଭାପତି ମହାଦେବ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ସଭାପତି ମାଧବ କର୍କରା,ସମ୍ପାଦକ ଭି.ନାଗା ରାଜୁ,ଇନ୍ଦ୍ରଜିତ ସାହୁ,ଜୟ କୃଷ ସାହୁ, ଏବିଡ଼ିଓ ସ୍ମୃତୀ ରଞ୍ଜନ ନାୟକ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅଂଶୁମାନ ବେହେରା, ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭବାତୋଷ ସ୍ୱାଇଁ ଓ ଫରେଷ୍ଟର ରବୀନ୍ଦ୍ର ଟାକ୍ରୀ, ସମାଜ ସେବି ସଙ୍ଗୀତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଏଇ କ୍ଷେତ୍ରରେ ସାଙ୍ଗାନ୍ନା ହାଇସ୍କୁଲ ର ଛାତ୍ରୀ ବୃନ୍ଦ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହାଇସ୍କୁଲ ର ସମସ୍ତ ଶିକ୍ଷକ,ଶିକ୍ଷତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।ସେହିପରି ସ୍ଥାନୀୟ ସରସ୍ବତୀ ବିଦ୍ୟା ମନ୍ଦିର ଠାରେ ମଧ୍ୟ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ୧୯୩୬ ମସିହା ଏପ୍ରେଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡିଶା ରାଜ୍ୟ ଗଠନକୁ ନେଇ ୯୦ ତମ ଉତ୍କଳ ଦିବସ ମହା ଆଡମ୍ବ ସହକାରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ଆଚାର୍ଯ୍ୟା ସୁଜ୍ଞାନ କଲ୍ୟାଣ ଗିରି ମା ଶାରଦାଙ୍କ ନିକଟରେ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଆଚାର୍ଯ୍ୟା ଅନୁପମା ତୁରୁକ ଆଜିର ଦିବସ ବିସୟରେ ବୁଝାଇ ଥିଲେ।ଏହି ଦିବସ ଉପଲକ୍ଷେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭାଇ ଭଉଣୀ ମାନେ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନ କରି ଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ,ଗୁରୁମା,ସେବକ ଓ ସେବିକା ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ପାଳନ କରାଯାଇଥିବା ବେଳେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା
