ବାଲିଗୁଡା,୩୦/୦୩/୨୬(ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ଆସୁଛି, ୧୩ ଦିନିଆ ଦଣ୍ଡଯାତ୍ରା । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଏ ନେଇ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିସାରିଛି । ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ କରି ସହଯୋଗ କରିବା ସହିତ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୫ ତାରିଖ ରବିବାର ସକାଳ ୮ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳର ବରଣ କରାଯିବ । ଦିବା ଘ.୧୧.୩୦ମି.ସମୟରେ ମେଇନ୍ରୋଡ଼ ରେ ଧୂଳିଦଣ୍ଡ ଅନୁଷ୍ଠିତ ହେବ । ଅପରାହ୍ନ ଘ.୦୪.୩୦ ମି.ସମୟରେ ବନ୍ଧପାଖରେ ପାଣିଦଣ୍ଡ ର ଆୟୋଜନ କରାଯିବ । ସନ୍ଧ୍ୟା ୦୫ ଘଟିକା ସମୟରେ ଟାଉନର ବଜାର ଛକ ନିକଟରେ ଅଞ୍ଚଳର ସବୁଠାରୁ ଆକର୍ଷଣୀୟ ୧୩ ଦଣ୍ଡର ମହାମିଳନ ଖୁବ ଯାକ ଜକମକରେ ଆୟୋଜନ କରାଯିବ । ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ର ୧୧ ଘଣ୍ଟ ସମୟରେ ଝୁଣାଦଣ୍ଡ ର ଏକ ବିରାଟ ପଟୁଆର ହେବା ସହ ୬ ତାରିଖ ସକାଳ ୦୮ଘଣ୍ଟ ସମୟରେ ଯାତ୍ରା ସମାପ୍ତ ହେବ । ଏଣୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗ ଦେବାପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
