ଜୁନାଗଡ଼ ବ୍ଲକ ହିଂଲିବାହାଳୀ ଉଚ୍ଚପ୍ରଥମିକ  ବିଦ୍ୟାଳୟ କୁ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”୨୦୨୪

ଜୁନାଗଡ଼, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହିଂଲିବାହାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ “ରାଜ୍ୟସ୍ତରୀୟ ଉଚ୍ଚପ୍ରଥମିକ  ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”୨୦୨୪, ମିଳିଥିବା ବେଳେ ପ୍ରଧାନ ଶିକ୍ଷକ ସୋରଜ ପଣ୍ଡା ଙ୍କୁ ମଧ୍ୟ ପ୍ରଧାନ ଶିକ୍ଷକ ପୁରସ୍କାର  ମିଳିଛି।

5ଟି ଓ ମୋ ସ୍କୁଲ ଅଭିଯାନ ତରଫରୁ ଓଡିଶା ସରକାରଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଙ୍କ ଦ୍ବାରା ଉଦଘାଟିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଓଡିଶା ସରକାରଙ୍କ ବିଭିନ୍ନ ପଦାଧିକାରୀ ଏହି ପୁରସ୍କାର ପ୍ରଦାନ କରିଥିଲେ । ମାନପତ୍ର ସହ ୫ ଲକ୍ଷ୍ୟ ଟଙ୍କା ବିଦ୍ୟାଳୟ ଆକାଉଣ୍ଟ କୁ ପ୍ରଦାନ କରାଯାଇଛି ।

ମୁଖ୍ୟଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦାନ କରି ପୁରସ୍କାର ବିତରଣ କରିବା ସହ ଉପସ୍ଥିତ ଶିକ୍ଷକ, ଛାତ୍ର ଓ ପରିଚାଳନା କମିଟି ତଥା ପୂର୍ବତନ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ  ।  5 ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଏହା ପଛରେ ଥିବା ମୂଳ ଲକ୍ଷ୍ୟ ବର୍ଣ୍ଣନା କରିବା ସହ ମାର୍ଗଦର୍ଶନ କରିଥିଲେ । ହିଂଲିବାହାଳୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ ପଣ୍ଡା ପୁରସ୍କାର ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *