ପ୍ରେସ୍ କଲୋନୀରେ ଯୁବକଙ୍କୁ ଗୁଳିକରି ହତ୍ୟା ମାମଲା ରେ ୫  ଗିରଫ  

କଟକ ସଦର,୨୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ୧୮ ତାରିଖ ବୁଧବାର ଅପରାହ୍ନରେ କଟକ କମିଶନରେଟ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ସରକାରୀ ଛାପାଖାନାର ପ୍ରେସ କଲୋନୀରେ ସାଙ୍ଗର ଗୁଳିମାଡ଼ରେ ଜଣେ ସାଙ୍ଗର ମୃତ୍ୟୁ ଘଟଣାର ପର୍ଦ୍ଧାଫାଶ ହୋଇଛି। ଏଥିରେ ସମ୍ପୃକ୍ତ ଜନୈକ ଅପରାଧୀ ଵୈୟାଳିସମୈ।ଜା ଅଞ୍ଚଳର ପୋଡା ଓରଫ ପ୍ରିୟବ୍ରତ ତ୍ରିପାଠୀ କୁ ପୋଲିସ ଗିରଫ କରି ତା ଠାରୁ ଘଟଣା ସମ୍ପର୍କରେ ତଥ୍ୟ ଓଗାଳିଛି। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ନାଣ୍ଡୁ ଓରଫ ଅଭିଜିତ ମହାନ୍ତି କୁ ଗିରଫ କରିବାକୁ ପୋଲିସର‌ ଅନେକ ଟିମ୍ ବିଭିନ୍ନ ଆଡ଼େ ତଲାସୀ ଅଭିଯାନ ଜୋରଦାର କରିଛନ୍ତି।

ଗିରଫ ଅଭିଯୁକ୍ତ ପୋଡାର କହିବା ଅନୁସାରେ ଘଟଣା ଦିନ କଲୋନୀରେ ନାଣ୍ଡୁ,ବାଉଁ,ହୁକୁ, ରିଙ୍କୁ ଓ ପୋଡ଼ା ସହିତ ଅନ୍ୟ ଦୁଇ ଜଣ ଭୋଜିଭାତ ଓ ମଦ ଆସର କରିଥିଲେ। ହେଲେ କ୍ରିକେଟିୟର ରିଙ୍କୁ ଓରଫ  ସୈ।ମ୍ୟରଂଜନ ଜେନା ପ୍ରଚୁର ମଦ୍ୟପାନ କରି ନିଶାରେ ଗାଳିମନ୍ଦ କରିବାରୁ ହଠାତ୍ ନାଣ୍ଡୁ ପିସ୍ତଲ କାଢ଼ି ରିଙ୍କୁକୁ ପାଟି ବନ୍ଦ କରିବାକୁ ଧମକାଇଵା ସମୟରେ ନିଶା ଯୋଗୁଁ ଗୁଳି ଫୁଟୁ ଫୁଟୁ ଫୁଟିଯାଇଥିଲା। ଯାହାଫଳରେ ଲୋକପ୍ରିୟ କ୍ରିକେଟର ରିଙ୍କୁ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି କ୍ରମରେ ପୁଲିସ ଵିଏନଏସ ର ଧାରା ୧୦୩(୧), ୩୦୩(୨),୩(୫),ଓ ଆର୍ମସ୍ ଆକ୍ଟର ଧାରା ୨୫ ଓ ୨୭ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କ ପକ୍ଷରୁ ଜଣାପଡିଛି। ସେଥିରେ ଅନ୍ୟ ତିନି ଜଣଙ୍କୁ ପୋଲିସ ଅଟକ ରଖି ଘଟଣାସ୍ଥଳର ଛାନଭିନ କରୁଥିବା ଜଣାପଡିଛି।

ସବିଶେଷ ତଥ୍ୟ ଅନୁସାରେ ପ୍ରେସ କଲୋନୀ ଗୁଳିକାଣ୍ଡ ଘଟଣାରେ ମୂଖ୍ୟ ଅଭିଯୁକ୍ତ ନାଣ୍ଡୁ ଓରଫ ଅଭିଜିତ ମହାନ୍ତି କୁ ନୟାଗଡ଼ ରୁ ଆଜି ଉଠାଇ ଆଣିଵା ସହିତ ଅଟକ ଥିବା ସମସ୍ତଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *