ଭୁବନେଶ୍ୱର, ୨୯/୦୧/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ତରଫରୁ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଚାଲିଥିବା ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସୋମବାର ଦିନ ବିଶ୍ୱ ଓଡ଼ିଆ ଶାସ୍ତ୍ରୀୟ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ଚେତନା ଉପରେ ୮ ଦିନ ବ୍ୟାପି ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପିଲାମାନଙ୍କର ସ୍ୱାଗତ ସଙ୍ଗୀତ ଖୁବ୍ ଉଚ୍ଚକୋଟୀର ହୋଇଥିଲା । ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଡ. ସୁରେନ୍ଦ୍ର ନାଥ ଦାଶ ଜଗନ୍ନାଥଙ୍କୁ ମଣିଷର ଦୈନନ୍ଦିନ ଜୀବନର ଦେବତା ଭାବରେ ଉପସ୍ଥାପନ କରିଥିଲେ ।
ମଧୁଲିତାର ସମ୍ପାଦିକା ମଧୁଲିତା ପରିଡ଼ା ଭାଷାକୁ ନେଇ ସମାଜର ଉନ୍ନତି ନିମନ୍ତେ ମହିଳାମାନେ ତାଙ୍କର ଦକ୍ଷତାକୁ ସମାଜ ଆଗରେ ପ୍ରତିପାଦନ କରିବା ପାଇଁ ଯୋଗ୍ୟ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଆଧ୍ୟାତ୍ମିକ ଉଦ୍ଧେଶ୍ୟ ପ୍ରଣୋଦିତ ବକ୍ତା ଇଂ ବିଜୟ ଦାସ ତାଙ୍କ ଭାଷଣରେ ଜଗନ୍ନାଥ ବିଦେଶରେ ଯେପରି ଅଧିକ ମାତ୍ରାରେ ଗ୍ରହଣୀୟ ହେବେ, ସେଥିପାଇଁ ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟରେ ଗବେଷଣା ହେବା ଜରୁରୀ ବୋଲି କହିଥିଲେ । କଲେଜର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ରାଉତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ଉଦ୍ୟାପନୀ ଉତ୍ସବକୁ ଅଧିକ ସ୍ମରଣୀୟ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଓ ନୋଡ଼ାଲ ଅଫିସର ଡ. ରମେଶ ଚନ୍ଦ୍ର ବେହେରା ସଭାକୁ ପରିଚାଳନା କରି ଏବର ସରକାର ସାହିତ୍ୟ ଓ ଭାଷାକୁ ନେଇ ଯେପରି ଭାବରେ ବିଶ୍ୱରେ ପରିଚୟ ସୃଷ୍ଟି କରିଛନ୍ତି ତାହାକୁ ଆମେ ଆହୁରି ଅଧିକ ସମୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ପିଲାମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରବନ୍ଧ, ଭାଷଣ, କୁଇଜ, ସଙ୍ଗୀତ, ପାରମ୍ପରିକ ଖାଦ୍ୟ, କବିତା, ହସ୍ତାକ୍ଷର, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ
ପିଲାମାନଙ୍କୁ ମୋମେଂଟୋ, ମାନପତ୍ର ଓ ଅର୍ଥ ପୁରସ୍କାର ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଇଥିଲା । ଇତିହାସ ବିଭାଗର ଅଧ୍ୟାପିକା ସସ୍ମିତା ଷଡ଼ଙ୍ଗୀ ପୁରସ୍କାର ବିତରଣ ଉତ୍ସବକୁ ପରିଚାଳନା କରିଥିଲେ । ଅଧ୍ୟାପିକା ଅନିନ୍ଦିତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ସ୍ୱାତି ପଟ୍ଟନାୟକ, ରୀତା ହାଁସଦା, ବିଜୟିନୀ ସାହୁ, ଅଧ୍ୟାପିକା ଅମିତା ରଥ, ମାଳବିକା ବ୍ରହ୍ମା, ଗାର୍ଗୀ ବାନାର୍ଜୀଙ୍କ ସମେତ କଲେଜର ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ମାନସୀ ବାରିକ, ପ୍ରଣତି ପ୍ରଧାନ, ସୁଚିସ୍ମିତା ସାହୁ, ଦମୟନ୍ତୀ ଭୋଇ, ଶୁଭସ୍ମିତା ପଟ୍ଟନାୟକ, ନାରାୟଣ ନାୟକ, ସ୍ମୃତିପ୍ରଭା ଜେନା, ଶ୍ରୀୟା ସାଲୋନୀ, ବିଷ୍ଣୁପି୍ରୟା ପେଣ୍ଠେଇ, କଲ୍ୟାଣୀ ନାୟକ, ସୁନନ୍ଦା ପ୍ରିୟଦର୍ଶିୀନୀ ମାଝି, ମୀରାସ୍ମିତା ଜେନା, ଗାୟତ୍ରୀ ରାଉତ, ବୀଣାପାଣି ମହାପାତ୍ର, ସ୍ନେହା ସୁମନ ସ୍ୱାଇଁ, ପାରମ୍ପରିକ ଖାଦ୍ୟରେ ସୁସ୍ମିତା ବେହେରା, ପ୍ରଣତି ପ୍ରଧାନ, କୋମଲ ଅଗ୍ରୱାଲ, ହସ୍ତାକ୍ଷରରେ ପି୍ରୟଙ୍କା ଦାସ, ସୁଶ୍ରୀ ସଂଘମିତ୍ରା ମହାନ୍ତି, ଅବନ୍ତି ମାଣ୍ଡିଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଭାକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା ।
ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ନୂଆ ଓ ସାହିତ୍ୟ ପ୍ରତିଯୋଗିତା ମାଧ୍ୟମରେ ବିଶ୍ୱ ଓଡ଼ିଆ ଶାସ୍ତ୍ରୀୟ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ଚେତନା ଉଦଯାପିତ
