କଟକ ସଦର,୧୬/୦୨/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସହରରୁ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଓଏମପି ଛକରୁ କନ୍ଦରପୁର ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏକ ଏଲିଭେଟେଡ୍ କରିଡ଼ର ନିର୍ମାଣ ପାଇଁ ଡିପିଆର ଚୁଡାନ୍ତ ହୋଇଥିଲା ବେଳେ ଏବେ ୬୪୦ କୋଟି ଟଙ୍କା ମଞ୍ଜୁର ହେଇଥିବା ଜଣାପଡିଛି। ଏଥିପାଇଁ ତୁରନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ କରିଡ଼ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।
ଓଏମପି ଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡ଼ର ପାଇଁ ୬୪୦ କୋଟି ମଞ୍ଜୁର
