ଘଟଗାଁ,୧୫/୦୨/୨୦୨୬ (ଓଡ଼ିଶା ସମାଚାର)- ମହା ଶିବରାତ୍ରୀ ଅବସରରେ ଘଟଗାଁ ଅଂଚଳରେ ଥିବା ଶୈବ ପୀଠ ଗୁଡିକରେ ଜାଗରେ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଘଟଗାଁର ଘଟକେଶ୍ୱର ମନ୍ଦିର ପରିସର ଉତ୍ସବ ମୁଖର ହୋଇ ଉଠିଥିଲା। ଏଥି ସହିତ ଘଟଗାଁ ନିକଟ ବାରହାଟିପୁରା , ବାଣେଶ୍ୱର ଓ ଗଦାଧରପୁର ମହାଦେବଙ୍କ ପୀଠରେ ଶ୍ରଦ୍ଧାଲୁଙ୍କ ଭିଡ଼ ଜମିଥିଲା ।

ମହିଳା ମାନେ ଜାଗର ବ୍ରତ ଧାରଣ କରି ଶୈବ ପୀଠ ଗୁଡିକରେ ଭକ୍ତିପୂତ ଭାବେ ମହାଦେବଙ୍କ ଲାଗି ଜାଗର ଜାଳିଥିଲେ । ମହାଦୀପକୁ ଦର୍ଶନ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଉଜାଗର ରହି ମହାଦେବଙ୍କୁ ଆରାଧନା କରିବା ଦେଖ ଯାଇଥିଲା । ସଂନ୍ଧ୍ୟାରେ ସଂନ୍ଧ୍ୟା ଦୀପ ଏବଂ ରାତିରେ ମହାଦୀପ ଉଠିବା ନୀତି ସମାପନ ହୋଇଥିଲା। ଶ୍ରଦ୍ଧାଳୁ ମାନେ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଜାଗର ଜାଳି ନିଜ ନିଜ ପରିବାରର ମଙ୍ଗଳ କାମନା କରିଥିଲେ।
