କଟକ ସଦର,୧୪/୦୨/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଡବଲ ଇଂଜିନ ବିଜେପି ସରକାରଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମକୁ ପସନ୍ଦ କରି ବିଶେଷକରି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ଧରିଣା ପଞ୍ଚାୟତ ସରପଂଚ ରତ୍ନାକର ରାଉତ ବିଧିବଦ୍ଧ ଭାବେ ବିଜେପି ରେ ମିଶିଥିଵା ଜଣାପଡିଛି।
ପଞ୍ଚାୟତର ପୂର୍ବତନ ବିଜେପି ସଭାପତି ବିଶ୍ବଜିତ ଵାଡିଙ୍କ ନେତୃତ୍ଵରେ ସରପଂଚ ରତ୍ନାକର (ଧୁନା), ଜଣାଶୁଣା ବିଜେଡ଼ି ଯୁବନେତା ବିଶ୍ୱଜିତ୍ ଶତପଥୀ (ଵାଘା) ଙ୍କ ସହିତ ପଞ୍ଚାୟତର ଅନେକ ବ୍ୟକ୍ତି ରାଜ୍ୟ ଵିଜେପି କାର୍ଯ୍ୟାଳୟ ରେ ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ବିଜେପି ରେ ସାମିଲ ହୋଇଥିଲେ। ବିଜେପି ରେ ସାମିଲ କରାଇଥିବାରୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଓ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କୁ ରତ୍ନାକର ରାଉତ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।
ଧରିଣା ସରପଞ୍ଚ ରତ୍ନାକର ରାଉତ ଙ୍କ ବିଜେପି ରେ ଯୋଗଦାନ
