ମାଇଁ ଭାରତ କେନ୍ଦ୍ର ପକ୍ଷରୁ ଜିଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୧୪/୦୨/୨୦୨୬ (ଓଡ଼ିଶା ସମାଚାର)- ମାଇଁ ଭାରତ ଓ ତ୍ରିପୁରା କ୍ଲବର ମିଳିତ ଆନୁକୂଲ୍ୟରେ ଏକ ଜିଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ସ୍ପୋର୍ଟସ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବାଡି, ଭଲିବଲ, ସ୍ଲୋ ସାଇକେଲ, ଏକଶହ ଓ ଦୁଇଶହ ମିଟର ରେସ, ମୁ୍ୟଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଜିଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ ।

ଏହି ପ୍ରତିଯୋଗିତାକୁ କ୍ରୀଡାଶିକ୍ଷକ ଉମାକାନ୍ତ କର ଓ ପ୍ରଫୁଲ୍ଲ ପ୍ରଧାନ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ମାଇଁ ଭାରତ କେନ୍ଦ୍ରର ଜିଲା ଅଧିକାରୀ ଗୋଲି ତିରୁପତି ରେଡ୍ଡୀ, ବଗଡା ପଂଚାୟତ ସରପଂଚ ସୁବନୀ ସାହୁ, ବଗଡା ସ୍ପୋର୍ଟସ ଏକାଡେମୀ ସଭାପତି ସୁବୁଧି ଚରଣ ସାହୁ ଓ ଫକିର ଚରଣ ବାରିକ ପ୍ରମୁଖ ଯୋଗଦେଇ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ସ୍ୱେଛାସେବୀ ବିପିନ ବେହୁରା, ରମେଶ ଦାସ, ତୁଷାର ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ । ବଗଡା ସ୍ପୋର୍ଟସ ଏକାଡେମୀ ସଭ୍ୟ ଭବାନୀଶଙ୍କର ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *