ଜିଲ୍ଲା ସ୍ତରୀୟ ବିଶ୍ୱ କର୍କଟ ଦିବସ – ୨୬ ପାଳିତ

ଜଗତସିଂହପୁର ୦୪/୦୨/୨୦୨୬ (ଓଡ଼ିଶା ସମାଚାର)-  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ କର୍କଟ ଦିବସ – ୨୬ ଜିଲ୍ଲା ମୁଖ୍ୟ ଚିକିତ୍ସାଲଳୟ ସଭାଗୃହ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସୁପେରିଟେଣ୍ଡେଣ୍ଟ ଡାକ୍ତର ସରୋଜ କୁମାର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାସନ୍ତୀ ପାଲ, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବପ୍ରସାଦ ପଣ୍ଡା, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବରୋଦା ପ୍ରସନ୍ନ ଜେନା ଏବଂ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଦିବସର ବାର୍ତ୍ତା “ଅନନ୍ୟ ଓ ସମ୍ମିଳିତ ପ୍ରୟାସ ଉପଯୋଗରେ କର୍କଟ ରୋଗର ନିରାକରଣ” ଉପରେ ଆଲୋଚନା କରିଥିଲେ ।

   କର୍କଟ ରୋଗରେ ପ୍ରତିରୋଧର ଉପାୟ ଅବଲମ୍ବନ, ସଅଳ ଚିହ୍ନଟ, ଏବଂ ଉପଯୁକ୍ତ ଚିକିତ୍ସା ଦ୍ଵାରା କର୍କଟରୋଗ ଆରୋଗ୍ୟ ସାଧ୍ୟ । ଏହି ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ନର୍ସିଂ ଅଧିକାରୀ, ସ୍ୱାସ୍ଥ୍ୟ କାଉନସେଲର ଏବଂ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏପିଡେମିଓଲୋଜିଷ୍ଟ ଡାକ୍ତର ସ୍ମୃତିରଞ୍ଜନ ପଣ୍ଡା ସଭା ପରିଚାଳନା କରିଥିବାବେଳେ ସହାୟକ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସୁବ୍ରତ କୁମାର ମହାପାତ୍ର ସହଯୋଗ କରିଥିଲେ । ପରିଶେଷରେ ସହାୟକ ମ୍ୟାନେଜର (ଏନ. ସି. ଡି) ସୁଜାତା କବି ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *