ଜମି ଠକେଇ ଅଭିଯୋଗରେ ବାଲିକୁଦା-ଏରସମାର ଜଣାଶୁଣା ସମାଜସେବୀ ସଞ୍ଜିବ ଵିଶ୍ଵାଳ କମିଶନରେଟ ପୋଲିସ ଦ୍ବାରା ଗିରଫ 

କଟକ ସଦର , ୦୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ର ଏକାଧିକ ସ୍ଥାନରେ ଜମି ପ୍ଲଟିଙ୍ଗ୍ କରି ବିକ୍ରୀ କରୁଥିବା ସାଇ ଶ୍ୟାମ କନଷ୍ଟ୍ରକସନ୍ ମାଲିକ ତଥା ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଜଣାଶୁଣା ସମାଜସେବୀ ସଂଜୀବ କୁମାର ବିଶ୍ବାଳଙ୍କୁ କମିସନରେଟ୍ କଟକ ସଦର ଥାନା ପୋଲିସ ଏକ ଜମି ଠକେଇ ଅଭିଯୋଗରେ ଗିରଫ କରିଥିବା ଜଣାପଡିଛି। ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବଡ଼ଗାଁ ର ସଞ୍ଜିବ ବିଶ୍ୱାଳ କଟକ ସଦର ଥାନା ଜଗନ୍ନାଥ ବିହାରରେ ରହି ଜମି କିଣାବିକା କାରବାର କରୁଛନ୍ତି। ହେଲେ ଦୁଇଜଣ ବ୍ୟକ୍ତିଙ୍କ  ଠାରୁ ଜମି ଦେବାକୁ କହି ୩୮ ଲକ୍ଷ ଟଙ୍କା ଅଗ୍ରୀମ ନେଇ ସଞ୍ଜିବ ଜମି ନଦେଇ ଦୀର୍ଘ ୪ ବର୍ଷ ହେଲା ଠକି ଚାଲିଥିବା ଅଭିଯୋଗ ହୋଇଛି।

ଉକ୍ତ ଅଭିଯୋଗ ଅନୁସାରେ ସଦର ଥାନା ଆଇଆଇସି ତୁଷାର କାନ୍ତ ସେଠୀ ଅଭିଯୁକ୍ତ ସଂଜୀବ ଙ୍କୁ ତାଙ୍କ ଜଗନ୍ନାଥ ବିହାର ଘରୁ ଉଠାଇ ଆଣି ଵି ଏନ୍ ଏସ୍ ର ଧାରା ୩୧୮(୪) ଓ ୩(୪) ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଅନ୍ୟପଟେ ଅଭିଯୁକ୍ତ ସଂଜୀବଙ୍କୁ ନେଇ ଅନେକ ତଥ୍ୟର ପର୍ଦ୍ଦାଫାଶ ହୋଇଛି। ସଂଜୀବ ୨୦୧୯ ମସିହାରୁ ରାଜନୀତି କୁ ଆସି ପର୍ଯ୍ୟାପ୍ତ ଟଙ୍କା ତାଙ୍କ ନିର୍ବାଚନ ମଣ୍ଡଳୀରେ ଖର୍ଚ୍ଚ କରି ଚାଲିଥିଲେ। ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ଭବିଷ୍ୟତ ଗଢ଼ିବାକୁ ସଭାସମିତି କରିବା, ବିଭିନ୍ନ ସମୟରେ ବଡ଼ବଡ଼ ହୋଡିଙ୍ଗ୍, ବ୍ୟାନର ପୋଷ୍ଟର ମାରିବା, ରାଜନୈତିକ ବ୍ୟକ୍ତିବିଶେଷ ମାନଙ୍କ ସହିତ ଵସାଉଠା କରି ଫଟୋ ଉଠାଇବା ଜାରି ରଖିଥିଲେ। ଏପରିକି ୨୦୨୪ ରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଜମି ଠକେଇ ଟଙ୍କାରେ ରାଜନୀତି କରୁଥିବା ସଞ୍ଜିବ ଙ୍କ ବିରୁଦ୍ଧରେ ଆହୁରି ଅନେକ ଠକେଇ ଅଭିଯୋଗର ଫର୍ଦ୍ଦ ଲମ୍ଵିଵ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *