ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉଦଯାପିତ

ଜଗତସିଂହପୁର,୧୩/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨ ୫ ଉତଯାପନ ଉତ୍ସବ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇ ଅଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଜେ. ସୋନାଲ(ଭା.ପ୍ର.ସେ), ଜ଼ିଲ୍ଲାପାଳ, ଜଗତସିଂହପୁର ସମବାୟ ସମିତି ମାନଙ୍କୁ କେବଳ ସେମାନଙ୍କର ପ୍ରାଥମିକ ବ୍ୟବସାୟରେ ସୀମିତ ନରହି ବିବିଦ୍ଧ ବ୍ୟବସାୟ କରି ନିଜର ଆୟ ୨ ଗୁଣ ବଢାଇବାକୁ ଉତ୍ସାହିତ କରିଥିଲେ ଓ ସମବାୟ କୁ ଜଗତସିଂହପୁର ଜ଼ିଲ୍ଲାରେ ୧୯୮ ଗ୍ରାମ ପଂଚାୟତରେ ପର୍ଯ୍ୟାୟ କ୍ରମେ  ପହଂଚାଇବାସହ ତୃଣ ମୂଳ ସ୍ତରରେ ଲୋକମାନକଂର ଆର୍ଥିକ ଅବସ୍ଥା ଦୂର କରିବା ପାଇଁ କହିଥିଲେ ।

 ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଦେବବ୍ରତ ସାମଲ, DFO, ଜଗତସିଂହପୁର ସରକାରଙ୍କ ଯୋଜନା ଓ ଆର୍ଥିକ ସାହାଯ୍ୟ ଉପରେ ସଂକ୍ଷେପରେ କହିଥିଲେ ।

  ଶ୍ରୀଯୁକ୍ତ ଦିଗମ୍ବର ନାୟକ, ମହା ପରିଚାଳକ, କଟକ ଦୁଗ୍ଧ ସଂଗଠନ ସମବାୟ ସମିତିମାନଙ୍କୁ ଚାଷ ଋଣ ସହ ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ ।

  ଶ୍ରୀଯୁକ୍ତ ଅନନ୍ତ ସାମଲ,  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କମ୍ପୁଟରୀକରଣ, ଗୃହ, ଚାଷଋଣ ସମ୍ପର୍କରେ କହିଥିଲେ ଏବଂ ଶ୍ରୀମତୀ ବିଦ୍ୟୁତଲତ। ବେହେରା, DDM, NABARD, ଜଗତସିଂହପୁର କେନ୍ଦ୍ରୀୟ ସଫ୍ଟୱେର୍ NLPS ଉପରେ ନିଜର ମତବ୍ୟକ୍ତ ରଖିଥିଲେ । ଏହା ପରେ ଜଗତସିଂହପୁର ଜ଼ିଲ୍ଲାର ୩ଟି ପ୍ରାଥମିକ ସେବା ସମବାୟ ସମିତି କୁ CSC ରେ ଉତ୍ତମ କାରବାର ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା ।

 ଉତ୍ସବର ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି, ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ,  ଜଗତସିଂହପୁର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମବାୟର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ସମିତି ମାନଙ୍କରେ ବ୍ୟବସାୟ ବିବିଧିକରଣ ପାଇଁ ଗୁରୁତ୍ୱାରୋପ କରିଥିଲେ। ଶେଷରେ ପ୍ରଭାତ କୁମାର ମହାପାତ୍ର, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ଜଗତ୍ସିଂହପୁର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମିପ୍ରଭା ଦାସ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ଜଗତ୍ସିଂହପୁର ମଣ୍ଡଳ ଏବଂ ସୂର୍ଯ୍ୟ କାନ୍ତ ଦାସ, ସମ୍ପାଦକ , RMC, ଜଗତସିଂହପୁର  ମଧ୍ୟ ଉପସ୍ଥିତ ଥିଲେ | ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟର ବିବେକାନନ୍ଦ ବେହେରା ,ରାଖାଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ , ଚିତ୍ରା ଚିନ୍ମୟୀ ଦାସ, ସ୍ଵର୍ଣ୍ଣଲତା ନାୟକ, ରୁବୁ ମହାନ୍ତି ଏବଂ ଫ୍ରଜ଼ାନା ପରବୀନ  ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *