କୁହୁଣ୍ଡାରେ ଧାନମଣ୍ଡି ଉଦଘାଟିତ

ମାହାଙ୍ଗା ୧୮/୦୧/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )- ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁଣ୍ଡି ସେବା ସମବାୟ ସମିତି ପକ୍ଷରୁ କୁହୁଣ୍ଡା ପଞ୍ଚାୟତରେ ଶୁକ୍ରବାର ପୂର୍ବାହ୍ନରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି  ।

ପୂଜକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପୂଜାର୍ଚ୍ଚନା କାର୍ୟ୍ୟ ସମ୍ପାଦନା କରିବା ପରେ  ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ଏହି ମଣ୍ଡିକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୁହୁଣ୍ଡା, କୁଣ୍ଡି, ସାହାପୁର, ମଧୁପୁର, ମୂଳବସନ୍ତ ଭଳି ୫ଟି ଗ୍ରାମ ପଞ୍ଚାୟତରୁ ବହୁ ଅଗ୍ରଣୀ ଚାଷୀ, ସମସ୍ତ ବୋର୍ଡ ଡାଇରେକ୍ଟର, ନିୟନ୍ତ୍ରୀତ ବଜାର କମିଟି (RMC) କର୍ମଚାରୀ, ରାଜସ୍ବ ବିଭାଗ କର୍ମଚାରୀ, ବହୁ ସରପଞ୍ଚ, ସମିତିସଭ୍ୟ ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ  ।

  ରାଜଲକ୍ଷ୍ମୀ ମିଲର୍ସ ଏହି ମଣ୍ଡିରୁ ପ୍ରଥମ ଦିନରେ ୫ ଶହ କ୍ୱିଣ୍ଟାଲ ଧାନ କ୍ରୟ କରିଥିବା ସୂଚନା  ଦିଆଯାଇଛି ।  ସମିତିର ସମ୍ପାଦକ ଦେବାଶିଷ ପଣ୍ଡା, ଡାଇରେକ୍ଟର ନିହାର ରଞ୍ଜନ ପଣ୍ଡା, ଡାଇରେକ୍ଟର ରମାକାନ୍ତ ପଣ୍ଡା,ହେମନ୍ତ କୁମାର ପ୍ରଧାନ, ସତ୍ୟଜିତ କିଶୋର ଦାସ, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ମହାନ୍ତି,ଅଫସର ତୁଲ୍ଲା,ଶଶିଭୂଷଣ ମହାନ୍ତି, ପ୍ରଶାନ୍ତ କର, ଗଗନ ସ୍ୱାଇଁ, ସ୍ୱାଧୀନ ମହାନ୍ତି,ଗଣେଶ ବିହାରୀ,ରାମଚନ୍ଦ୍ର ସାହୁ, ନିରଞ୍ଜନ ମୁଦୁଲି, ରବୀନ୍ଦ୍ର ପୃଷ୍ଟି, ଜୟଦେବ ମୁଦୁଲି,ସୁଶୀଲ ପଣ୍ଡା,ଚିନ୍ମୟ କୁମାର ସାମଲ, ପରମାନନ୍ଦ ମହାନ୍ତି,ଅକ୍ଷୟ ରାଉତ, ମାଧବ ବରାଳ, ଜୟଦେବ ମହାନ୍ତି, ବାବୁଲି ଯେନା,ହରେକୃଷ୍ଣ ନାୟକ, କ୍ଷୀରୋଦ ଦାଶ,ଜଗନ୍ନାଥ ପଣ୍ଡା ଏବଂ ରାକେଶ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ ।   ଅନ୍ୟମାନଙ୍କ ମଧ୍ୟରେ ମିଲରଙ୍କ ପକ୍ଷରୁ ଅକ୍ଷୟ କୁମାର ପରିଡା,ସତ୍ୟ ରଞ୍ଜନ ସାହୁ,ଆର ଏମ ସି ପକ୍ଷରୁ ଅଭିଷେକ ନାୟକ, ଗଣେଶ ନାୟକ, ଜାହିର ବକସ,ନୋଡାଲ ଅଫିସର ଦିଲ୍ଲୀପ ମହାନ୍ତି ପ୍ରମୁଖ ମଣ୍ଡିରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *