କୋରୁଆ ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ପାଟକୁରା,୦୮/୦୧/୨୦୨୬ (ଓଡିଶା ସମାଚାର)-ଆଜି ଗରଦପୁର ବ୍ଳକ ଅଧୀନ କୋରୁଆ ଚିତ୍ରୋତ୍ପଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାସହିତ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ବସନ୍ତ ବେଦବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ମଂଚାସୀନ ଥିଲେ । ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଶୃଙ୍ଖଳାର ସହିତ ପ୍ରତିଯୋଗିତା ମନୋଭାବ ରହିଲେ ସେମାନେ ଭଲ ପାଠ ପଢି ଆଗାମୀ ଦିନରେ ଭଲ ମଣିଷ ହୋଇ ରାଷ୍ଟ୍ରଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ । କ୍ରୀଡାରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିଲେ ସେମାନଙ୍କ ଠାରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ ଓ ଶାରୀରିକ ମାନସିକ ସ୍ତରରେ ମଧ୍ୟ ବିକାଶ ହେବ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ ।

ମୁଖ୍ୟ ବକ୍ତା ଭାବେ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ବିଦ୍ୟାର୍ଥୀ ମାନଙ୍କୁ ଭଲ ପାଠ ପଢି ଭଲ ମଣିଷ ହୋଇ ଦେଶ ପାଇଁ ଗୌରବ ଆଣିବାକୁ କହିଥିଲ । ସମ୍ମାନିତଅତିଥି ଭାବେ ଅଧ୍ୟାପକ ନିର୍ମଳେନ୍ଦ୍ର କୁମାରମଲ୍ଲିକ,ଅଧ୍ୟାପକ ଅନାଦି ଚରଣ ବେଉରା, ଅଧ୍ୟାପକ ସରୋଜ କାନ୍ତ ଖୁଣ୍ଟିଆ ମଧ୍ୟ ମଂଚାସୀନ ରହି ବିଦ୍ୟାର୍ଥୀ ମାନ ଙ୍କୁ ଉପାଦେୟ ପରାମର୍ଶ ମାନ ଦେଇଥିଲେ ।

ବାର୍ଷିକ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଓ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀ ବିଦ୍ୟାର୍ଥୀଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ, କପ, ଶୀଲ ପ୍ରଦାନ କରି ପୁରସ୍କୃତ କରିଥିଲେ ।  ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ନିର୍ମିତ ଛାତ୍ରୀ ମାନଙ୍କ ସାଇକେଲ ଷ୍ଟାଣ୍ଡର ମଧ୍ୟ ବିଧାୟକ ଉଦଘାଟନ କରିଥିଲେ । ଅଧ୍ୟାପକ ଅନାଦି ଚରଣ ବେଉରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ,ଅଧ୍ୟାପକ ସରୋଜକାନ୍ତ ଖୁଣ୍ଟିଆ ବାର୍ଷିକ ବିବରଣୀ ପାଠ କରିଥିଲେ ।  ଅଧ୍ୟାପକ କ୍ଷମାସାଗର ପୃଷ୍ଟି, ଅଧ୍ୟାପକ ଜୟନ୍ତ ସାହୁ,ଅଧ୍ୟାପିକା ତୁଳସୀ ନାୟକ, ସ୍ମୃତିରେଖା ସ୍ୱାଇଁ, ତପନ କୁମାର ନାୟକ,ବନଜିନି ସ୍ୱାଇଁ, ଜିତେନ୍ ପଟନାୟକ, ସୁଧାକର ପାତ୍ର, ଶରତ ଚନ୍ଦ୍ରମଲ୍ଲିକ ବିଜୟ ମହାନ୍ତି,ଶିତିକଣ୍ଠ ସ୍ୱାଇଁ ଓ ଲକ୍ଷ୍ମୀକାନ୍ତ ଗ୍ରହାଚାର୍ଯ୍ୟ ପ୍ରମୁଖ ମହାବିଦ୍ୟାଳୟର ସମସ୍ତ କର୍ମଚାରୀମାନେ  ଉତ୍ସବପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *