ସାହିତ୍ୟାନୁରାଗୀ ପ୍ରଶାନ୍ତ- ଝରଣା ଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଓ ସ୍ମରଣିକା ଉନ୍ମୋଚନ

ମାହାଙ୍ଗା,୧୨/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଠିକ ବର୍ଷକ ତଳେ ଗାଁ ‘ ସ୍ମଶାନରେ ଗୋଟିଏ ଦିନରେ ଜଳିଥିଲା ସେମାନଙ୍କ ପାର୍ଥିବ ଶରୀର । ସାଙ୍ଗହୋଇ ସଂସାରରୁ ବିଦାୟ ନେଇଥିଲେ ଉଭୟ ପତି-ପତ୍ନୀ । ସାହିତ୍ୟାନୁରାଗୀ ଏହି ଦମ୍ପତିଙ୍କୁ ଅଶ୍ରୁଳ ବିଦାୟ ଘଟଣାକୁ ୟା’ ଭିତରେ ବର୍ଷେ ପୁରି ଯାଇଛି ।

ସେମାନେ ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ ଲେଖକ,ପ୍ରାଧ୍ୟାପକ, ବିଭିନ୍ନ ସାରସ୍ୱତ ଓ ସାମାଜିକ କାର୍ୟ୍ୟକ୍ରମର ସୂତ୍ରଧର ସ୍ବର୍ଗତ ପ୍ରଶାନ୍ତ ବିଶ୍ୱାଳ ଓ ତାଙ୍କ ସହଧର୍ମିଣୀ ଝରଣା ବିଶ୍ୱାଳ ।

ଶୁକ୍ରବାର ପୂର୍ବାହ୍ନରେ ଜନ୍ମମାଟି ଅଡ଼ମ ଗାଁ ‘ରେ ଏହି ସାରସ୍ୱତ ଦମ୍ପତିଙ୍କ ପ୍ରଥମ ବାର୍ଷିକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂଗଠନ “ଖୋଲା ଝର୍କା” ଓ “ଝରା-ପ୍ରଶାନ୍ତ ସ୍ମୃତି କମିଟି” ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସଭାପତିତ୍ୱ କରିଥିଲେ ।

ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ,ସାହିତ୍ୟିକ ଇଞ୍ଜିନିଅର ବିଷ୍ଣୁ ସାହୁ,ଡକ୍ଟର ବିଜୟନନ୍ଦ ସିଂ,ଇଞ୍ଜିନିଅର ଅଜୟ ରାଉତ,ଇଞ୍ଜିନିଅର ମୁରଲୀଧର ହୋତା, କବି ବିଶ୍ୱେଶ୍ୱର ମହାନ୍ତି, ଶିକ୍ଷାବିତ କୈଳାଶ ଚନ୍ଦ୍ର ବେହେରା, ସାହିତ୍ୟିକ ଚିତ୍ତରଞ୍ଜନ ବେହେରା, ଗାଳ୍ପିକ ଶରତ ସାହୁ, କବି ବିମଳ ପତି, କବି ତୁହିନାଂଶୁ ରଥ,କବି ପିନାକ ସିଂ,ସାହିତ୍ୟିକ ଅଖିଳେଶ ମହାନ୍ତି, ଡକ୍ଟର ଭାବଗ୍ରାହୀ ରାଉତ,

ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ,କବି ବିଶ୍ଵାମିତ୍ରା ମିଶ୍ର, ଇଞ୍ଜିନିଅର ଗୋପାଳକୃଷ୍ଣ ବେହେରା, ସାହିତ୍ୟିକ ସୁବାସ ଦ୍ୱେବେଦୀ,ଡକ୍ଟର ଗିରିଜା ଶଙ୍କର ମିଶ୍ର, ଡକ୍ଟର ସ୍ମୃତି ପଟ୍ଟନାୟକ, ଅରୁଣି ସାମନ୍ତରାୟ, କବି ପ୍ରଶାନ୍ତ କର, ଗାଳ୍ପିକ ଭବେଶ କର,କବି ଡମ୍ବରୁଧର ପରିଡା, ମୈତ୍ରୀ ଭୂଷଣ ଖୁଣ୍ଟିଆ, ଜୋତ୍ସ୍ନାମୟୀ ବସ୍ତିଆ, ଅମର ନାୟକ, ହୃଷିକେଶ ବେହେରା, ରାଜୀବ ଶତପଥୀ,ଅଜୟ ନାୟକ, ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଦିବଂଗତ ପତି ପତ୍ନୀ ଝରା -ପ୍ରଶାନ୍ତ ଜୀବନାଦର୍ଶ ଉପରେ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

Leave a Reply

Your email address will not be published. Required fields are marked *