ନିରାକାରପୁର, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜକିଆ ଥାନା ଅନ୍ତର୍ଗତ ଛତ୍ରପଡା ଗ୍ରାମରେ ଆଜି ଜଣେ ମହିଳା ବିଷ ପିଇ ମୃତ୍ୟୁ ବରଣ କରିଥିବାବେଳେ ମହିଳାଙ୍କ ପରିବାର ପକ୍ଷରୁ ଜାଣି ଶୁଣି ମରା ଯାଇଛି ବୋଲି ଜଂକିଆ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ କି ମୃତ ମହିଳାଙ୍କ ମାଆ ଙ୍କ ଅଭିଯୋଗ ଅନୁସାରେ ତାଙ୍କ ସାନ ଝିଅ ଉଷାରାଣୀ ଛୁଆଳସିଂ ଗୋଡାରାଇମୂଳ ଗ୍ରାମର ସଞ୍ଜୟ ଛୁଆଳସିଂ ଙ୍କୁ ୨୦ ବର୍ଷ ତଳେ ବିବାହ କରିଥିଲେ। ଭଲରେ ସଂସାର ଚାଲିଥିବାବେଳେ ସଞ୍ଜୟ ଙ୍କର ଅତ୍ୟଧିକ ବାକି ହୋଇଯାଇଥିଲେ। ପରେ ସେମାନେ ଜଂକିଆ ରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ଗ୍ରାମକୁ ଆସି ଭାଇ ଭାଇ ମଧ୍ୟରେ ସମ୍ପତି ବଣ୍ଟନ କରି ଋଣ ସୁଝିବାକୁ ଯୋଜନା କରିଥିଲେ। କିନ୍ତୁ କୌଣସି କାରଣରୁ ପରିବାର ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଏହା ପରେ ସଞ୍ଜୟ ଓ ସଞ୍ଜୟଙ୍କ ପରିବାର ଲୋକେ ତାଙ୍କ ଝିଅକୁ ବିଷ ପିଆଇ ଗାଁ ଦାଣ୍ଡରେ ପକାଇ ଫେରାର ହୋଇଯାଇଥିଲେ। ପରେ ସେ ଘଟଣାସ୍ଥଳରେ ପହଂଚି ଝାଡ଼ାବାନ୍ତି ହୋଇ ପଡିଥିବା ଝିଅକୁ ଖୋର୍ଦ୍ଧା ହସ୍ପିଟାଲ୍ ନେଇ ଚିକିତ୍ସା କରିଥିଲେ। ସେଠାରେ ଝିଅର ମୃତ୍ୟୁ ଘଟିଛି। ସଞ୍ଜୟ ଫେରାର ଥିବାବେଳେ ଖୋର୍ଦ୍ଧାରେ ଶବକୁ ଜଂକିଆ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇଛି ।
Related Posts
ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ‘ଶ୍ରୀଗୁରୁ ଭାଗବତ’ର ନବମ ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ସାନ୍ତାଳୀ ଭାଷାରେ ଅନୁବାଦ ମଧ୍ୟ ଲୋକାର୍ପିତ ବିଶ୍ୱ ଶାନ୍ତି, ମୈତ୍ରୀ, ସଦ୍ଭାବନା ଓ ସଦାଚାର ପ୍ରତିଷ୍ଠା ପାଇଁ ଗୁରୁଜୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ-…
ବେଆଇନ ବାଣ ଜବତ ତିନିଜଣ ଗିରଫ
ଖୋର୍ଦ୍ଧା, ୧୩/୧୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଦିପାବଳି କୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ବିକ୍ରି କରୁଥିବା ବେଳେ ନିରାକାରପୁର ପୋଲିସ ପକ୍ଷରୁ…
ମା’ ପାଇଁ ଗଛଟିଏ ଅଭିଯାନ
ଜଗତସିଂହପୁର,୨୯/୬/୨୦୨୪ (ଓଡ଼ିଶା ସମାଚାର)-ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
