ନିରାକାରପୁର, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜକିଆ ଥାନା ଅନ୍ତର୍ଗତ ଛତ୍ରପଡା ଗ୍ରାମରେ ଆଜି ଜଣେ ମହିଳା ବିଷ ପିଇ ମୃତ୍ୟୁ ବରଣ କରିଥିବାବେଳେ ମହିଳାଙ୍କ ପରିବାର ପକ୍ଷରୁ ଜାଣି ଶୁଣି ମରା ଯାଇଛି ବୋଲି ଜଂକିଆ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ କି ମୃତ ମହିଳାଙ୍କ ମାଆ ଙ୍କ ଅଭିଯୋଗ ଅନୁସାରେ ତାଙ୍କ ସାନ ଝିଅ ଉଷାରାଣୀ ଛୁଆଳସିଂ ଗୋଡାରାଇମୂଳ ଗ୍ରାମର ସଞ୍ଜୟ ଛୁଆଳସିଂ ଙ୍କୁ ୨୦ ବର୍ଷ ତଳେ ବିବାହ କରିଥିଲେ। ଭଲରେ ସଂସାର ଚାଲିଥିବାବେଳେ ସଞ୍ଜୟ ଙ୍କର ଅତ୍ୟଧିକ ବାକି ହୋଇଯାଇଥିଲେ। ପରେ ସେମାନେ ଜଂକିଆ ରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ଗ୍ରାମକୁ ଆସି ଭାଇ ଭାଇ ମଧ୍ୟରେ ସମ୍ପତି ବଣ୍ଟନ କରି ଋଣ ସୁଝିବାକୁ ଯୋଜନା କରିଥିଲେ। କିନ୍ତୁ କୌଣସି କାରଣରୁ ପରିବାର ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଏହା ପରେ ସଞ୍ଜୟ ଓ ସଞ୍ଜୟଙ୍କ ପରିବାର ଲୋକେ ତାଙ୍କ ଝିଅକୁ ବିଷ ପିଆଇ ଗାଁ ଦାଣ୍ଡରେ ପକାଇ ଫେରାର ହୋଇଯାଇଥିଲେ। ପରେ ସେ ଘଟଣାସ୍ଥଳରେ ପହଂଚି ଝାଡ଼ାବାନ୍ତି ହୋଇ ପଡିଥିବା ଝିଅକୁ ଖୋର୍ଦ୍ଧା ହସ୍ପିଟାଲ୍ ନେଇ ଚିକିତ୍ସା କରିଥିଲେ। ସେଠାରେ ଝିଅର ମୃତ୍ୟୁ ଘଟିଛି। ସଞ୍ଜୟ ଫେରାର ଥିବାବେଳେ ଖୋର୍ଦ୍ଧାରେ ଶବକୁ ଜଂକିଆ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇଛି ।
Related Posts
କଟକ ସଦର ଵ୍ଲକରେ ଭୋଜିଭାତ କୁ ନେଇ ଚର୍ଚ୍ଚା, ଵ୍କକ୍ ଅଫିସ ଵ୍ଲାକ୍ ଅଫିସ ସାଜିଥିବା ଅଭିଯୋଗ
କଟକ ସଦର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଏଵେ ଵ୍ଲାକ୍ ଅଫିସରେ ପରିଣତ ହୋଇଥିବା ଅଭିଯୋଗ ହୋଇଆସୁଥିଲା ବେଳେ ଗତକାଲି ବୁଧବାର…
ସରିଲା ଏକାମ୍ର ଉତ୍ସବ, ଶେଷ ସନ୍ଧ୍ୟାରେ ଦୁଲୁକିଲା ମଞ୍ଚ, ରୁକୁସୁନା ସମ୍ବଲପୁରୀ ଗୀତର ତାଳରେ ଝୁମିଲା ଭୁବନେଶ୍ୱର
.ରୋମାଞ୍ଚିତ କଲା ପାଇକ ଆଖଡ଼ା କଳା କୌଶଳ। ଭୁବନେଶ୍ୱର, ୧୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ‘ଲଚକମଣୀ ଜୁରାବେଣୀ…. ଆଲୋମ ରିବନଫିତା…‘ ଏଟା କଣ ହେଲାରେ…. ମୋତେ ଲଭ…
ସମସ୍ତେ ପାଇବେ ସୁଭଦ୍ରା!, ଡୋର ଟୁ ଡୋର ହେବ ସର୍ଭେ
ଭୁବନେଶ୍ୱର,୧୧/୦୯/୨୦୨୫(ଓଡ଼ିଶା ସମାଚାର)- ସୁଭଦ୍ରା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ତୃତୀୟ ପର୍ଯ୍ୟାୟ ରୁ ବଂଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ…
