ଜିଲାରେ ମେଡ଼ିକାଲ କଲେଜ ଦାବିରେ ଅହୋରାତ୍ର ଗଣଧାରଣା ୨ୟ ଦିନରେ

କେନ୍ଦ୍ରାପଡ଼ା,୨୩/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ୨ୟ ଦିବସ ପୂର୍ଣ୍ଣ ହୋଇଛି । ରାଜ୍ୟ ମନ୍ତ୍ରୀମଣ୍ଡଳର ଏକାଧିକ ସଦସ୍ୟଙ୍କ ସହ ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ସମ୍ପର୍କରେ ବିଭିନ୍ନ ସମୟରେ ଆଶ୍ୱାସନା ଦେଇଥିଲେ ମଧ୍ୟ ଗତକାଲି ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତର ସରକାରଙ୍କ ପ୍ରକୃତ ମୁଖା ଖୋଲି ଦେଇଛି । କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନ ହେବା ଗଠିତ ଉଚ୍ଚ ସ୍ତରୀୟ କମିଟିର ନିଷ୍ପତି ଉପରେ ନିର୍ଭର କରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ପରୋକ୍ଷରେ ସୂଚନା ଦେବା ପରେ, ଏହା ଜିଲାବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି ।

ଆଜି ଗଣଧାରଣାର ଦ୍ୱିତୀୟ ଦିବସ ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଆନ୍ଦୋଳନକାରୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାର କେନ୍ଦ୍ରାପଡ଼ା ଜିଲା ପ୍ରତି ତାଙ୍କର ନକାରାତ୍ମକ ମନୋଭାବ ସ୍ପଷ୍ଟ କରିବା ପରେ ଧାରଣାକାରୀମାନେ ଦାବି ହାସଲ ପାଇଁ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତି ନେଇଛନ୍ତି । କ୍ରିୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ପ୍ରତିବାଦ ସଭାରେ ଆପ୍ ରାଜ୍ୟ ସଙ୍ଗଠନ ସମ୍ପାଦକ ସନ୍ଦୀପ୍ତ ଦାସ, ପ୍ରାକ୍ତନ ପୌରପାଳ ଆକବର ଅଲ୍ଲୀ, ଶ୍ରମିକ ନେତା ମୁକ୍ତାର ଖାଁ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର,

ଡ. ଚୈତନ୍ୟ ଚରଣ ପରିଡା, ସିପିଆଇ ଜିଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ପ୍ରାଧ୍ୟାପକ ଦିଲ୍ଲୀପ ମିଶ୍ର, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଗାନ୍ଧିବାଦୀ କର୍ମୀ ଅଭିମନ୍ୟୁ ରାଉତ, ଏସୟୁସିଆଇ ନେତ୍ରୀ ଏଲିନା ସାମନ୍ତରାୟ, ନବ ନିର୍ମାଣ କୃଷକ ସଙ୍ଗଠନ ନେତା ଅକ୍ରୁର ପଲାଇ, ଦାଶରଥି ସାହୁ, କେଙ୍ଗ୍ରସ ନେତା ମହେନ୍ଦ୍ର ପରିଡ଼ା, ନାରୀ ନେତ୍ରୀ ଫହିମା ବେଗମ୍, ବୈଷ୍ଣବ ସ୍ୱାଇଁ, ରବୀନ୍ଦ୍ର ପ୍ରସାଦ ଜେନା, ଗୋଲଖ ଚନ୍ଦ୍ର ପଢିଆରୀ, ସୀତାକାନ୍ତ ନାୟକ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ରୁଦ୍ର ପ୍ରସାଦ ବେହେରା, ଶ୍ରମିକ ନେତା ଜଗଜ୍ଜୀବନ ଦାଶ, ମହେନ୍ଦ୍ର ପଟ୍ଟନାୟକ, ସାହାଜାହାନ ହୁସେନ, ମହେନ୍ଦ୍ର ସିଂହ, ସିଦ୍ଧାର୍ଥ ଶଙ୍କର ରାୟ, ହିରାମଣି ରାଉତ, ଛାତ୍ରନେତା ସତ୍ୟରଞ୍ଜନ ପରିଡା, ବିଦ୍ୟୁତ୍ ଲତା ପଲେଇ, ଶିଶିର କୁମାର ଓଝା ପ୍ରମୁଖ ବିଧାନସଭାରେ ସରକାର ଯଥାଶୀଘ୍ର ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଘୋଷଣା କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଥିଲେ । ଆବାହକ ମଣ୍ଡଳୀ ସଭ୍ୟ ଗୟାଧର ଧଳ, ଆଦିକନ୍ଦ ରାଉଳ, ଭାଗୀରଥି ଜେନା, ଆପ୍ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଧାରଣା କାର୍ଯ୍ୟକ୍ରମକୁ ପରିଚାଳନା ଦେଇଥିଲେ ।

Leave a Reply

Your email address will not be published. Required fields are marked *