୫ମ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୩୦ ରୁ

ନିମାପଡ଼ା ୧୪/୧୧/୨୦୨୫ (ଓଡ଼ିଶା ସମାଚାର)- ସ୍ଥାନୀୟ ବାରବାଟି ପଡ଼ିଆରେ ଏସ ପି ଫାଉଣ୍ଡେସନ ଆନୁକୁଲ୍ୟରେ ୫ମ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୩୦ରେ ଉଦଘାଟିତ ହୋଇ ଡ଼ିସେମ୍ବର ୭ ରେ ଉଦଯାପିତ ହେବ। ୩୦ ରେ ନିମାପଡ଼ା ଏସ ପି ଫାଉଣ୍ଡେସନ ବନାମ ୟୁନିଅନ ସ୍ପୋଟିଙ୍ଗ କଟକ,୧ରେ ନିମପୁର କଟକ ବନାମ ଭୁବନେଶ୍ୱର ଏମ ସି ସି,୨ ରେ ପୁରୀ ମହାବିର ସ୍ପୋର୍ଟି ବନାମ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ୍ ଓ ୩ ରେ କଟକ ଜୁଭେନାଇଲ ବନାମ  କିଶୋର କ୍ଲବ ଭୁବନେଶ୍ୱର ମଧ୍ୟରେ ମୋଟ ୪ ଟି କ୍ୱାଟର  ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାବେଳେ ୪ଓ ୫ରେ ୨ ଟି  ସେମିଫାଇନାଲ,୬ ରେ ପ୍ରଦର୍ଶନି ମ୍ୟାଚ ହେବା ସହିତ ୭ ରେ  ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ଚଳିତ ଥର ହିମାଦ୍ରି ଶେଖର ମହାନ୍ତିଙ୍କ ସ୍ମୃତିରେ ମ୍ୟାନ ଅଫ୍ ଦି ସିରିଜ ପ୍ରଦାନ କରାଯିବା ସହିତ ମ୍ୟାନ ଅଫ ଦି ମ୍ୟାଚ,ବେଷ୍ଟ ବ୍ୟାଟର,ବେଷ୍ଟ  ବୋଲର ପୁରସ୍କାର ପ୍ରଦାନ କରାଯିବ। ବିଜେତା ଦଳକୁ ସୋମନାଥ ଏଣ୍ଟରପ୍ରାଇଜରସ ପକ୍ଷରୁ ୫୦,୦୦୧ ଓ ଉପ ବିଜେତା ଦଳକୁ ୩୦,୦୦୧ ଟଙ୍କା ପ୍ରଦାନ କରାଯିବ ବୋଲି  ଆଜି ପୂର୍ବାହ୍ନରେ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରିକେଟର ନିର୍ମଳ ମିଶ୍ର, ଅୟଶକାନ୍ତ ମିଶ୍ର, ହିମାଂଶୁ ଶେଖର ମହାନ୍ତି ଓ ଏସ ପି ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ୱେତପର୍ଣ୍ଣ ରାୟ ମହାପାତ୍ର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *