ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱଛତା ଅଭିଯାନ ।

ଯାଜପୁର,୨୨/୧୨/୨୦୨୩ (ଓଡ଼ିଶା ସମାଚାର)-ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅର୍ନ୍ତତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଯାଜପୁର ତରଫରୁ ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଅଧୀନରେ ସ୍ୱଚ୍ଚ୍ଥତା ହିଁ ସେବା ଅଭିଯାନ ପାଳିତ  ହୋଇଥିଲା । ଜନ ଭାଗିଦାରୀ ଦ୍ୱାରା ଶ୍ରମ ଦାନ ମାଧ୍ୟମରେ ସ୍ୱଛତାକୁ ଆପଣାଇବାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବାହାରେ ଏକ ରାଲି ଓ ସାମୁହିକ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଏଥିରେ ସାଧାରଣ ଜନତା, ମହିଳା ଆରୋଗ୍ୟ ସମିତି ସଦସ୍ୟା, ଜନ ଆରୋଗ୍ୟ  ସମିତି ସଦସ୍ୟ, ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଗଣ ଯୋଗ ଦେଇଥିଲେ ।  ସଫେଇ ପରେ ମିଳିତ ଭାବରେ ସମସ୍ତେ ସ୍ୱଛତା ଆପଣେଇବାକୁ ଶପଥ ନେଇଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ ଯୋଗଦାନ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *