ମଣିମହାବୀରଙ୍କ ୨୮ତମ ବାର୍ଷିକ ମହୋତ୍ସବ ଓ କଥାମୃତ

ଓଡ଼ଗାଁ,୦୮/୦୩/୨୦୨୫ (ଓଡ଼ିଶା ସମାଚାର)- ଶ୍ରୀ ରଘୁନାଥ ସେବା ଗ୍ରାମ,ମଣିଜଙ୍ଗ ଆଶ୍ରମ ପରିସର ମଧ୍ୟରେ ଚାଲିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀଶ୍ରୀ କନକ ବିହାରୀ ସୀତାରାମଙ୍କ ନବଦିନ ବ୍ୟାପି ରାମ ତାରକ ମହାଯଜ୍ଞ ଓ ରାମ କଥା ଜ୍ଞାନ ଯଜ୍ଞର ଶୁକ୍ରବାର ଦିନ ସପ୍ତମ ଦିବସରେ ମଣିମହାବୀର ଜୀଉଙ୍କ ଜଳାଭିଷେକ କରାଯିବା ସହିତ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା।

ଉକ୍ତ ମହୋତ୍ସବରେ ଯୋଗଦାନ କରିଥିବା ବରେଣ୍ୟ ସାଧୁସନ୍ଥ ପଣ୍ଡିତ ମାନେ ହେଲେ ମହନ୍ତ ଅଯୋଧ୍ୟା ଦାସଜୀ ମହାରାଜ,ମହନ୍ତ ସୁଖରାମ ଦାସ ଜୀ, ଆଚାର୍ଯ୍ୟ ବିଜୟ କୁମାର ବ୍ରହ୍ମଚାରୀ,ମହନ୍ତ କମଳଲୋଚନ ଦାସଜୀ ମହାରାଜ, ବ୍ରହ୍ମଚାରୀ ସଚ୍ଚିଦାନନ୍ଦ ଦାସଜୀ ମହାରାଜ,ରାମାୟଣୀ ମନୋହର ଦାସଜୀ ମହାରାଜ, ବ୍ରହ୍ମଚାରୀ ପୁରୁଷୋତ୍ତମ ଦାସଜୀ ମହାରାଜ ଓ ପଣ୍ଡିତ ମହେଶ କୁମାର ସାହୁ ପ୍ରମୁଖ ।

ଏମାନେ ସମସ୍ତେ ଶ୍ରୀ ରାମଙ୍କ କଥାମୃତ ମାଧ୍ୟମରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଆଶୀର୍ବଚନାତ୍ମକ ଜ୍ଞାନ ପ୍ରଦାନ କରିବା ସହିତ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ।ମହନ୍ତ ଜଗନ୍ନାଥ ଦାସଜୀ ମହାରାଜ, ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଓ ବ୍ରହ୍ମଚାରୀ ସୋମେଶ୍ୱର ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବାରେ ମହନ୍ତ ବୈକୁଣ୍ଠ ନାଥ ଦାସଜୀ ମହାରାଜ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ତଦାରଖ କରୁଛନ୍ତି।

Leave a Reply

Your email address will not be published. Required fields are marked *