ଯାଜପୁର ୩୧/୧୦/୨୦୨୫ (ଓଡ଼ିଶା ସମାଚାର)- ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ, ଯାଜପୁର ଆନୁକୂଲ୍ୟରେ ତା ୩୧. ୧୦. ୨୦୨୫ ରିଖ ଶୁକ୍ରବାର ଦିନ ଜ଼ିଲ୍ଲା ଓ ଦୌରା ଜଜ ତଥା ଜ଼ିଲ୍ଲା ଆଇନ ସେଵା ପ୍ରାଧିକାରଣର ଅଧକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦେଶ ଓ ଅଧ୍ୟକ୍ଷତାରେ ସିଭିଲ କୋର୍ଟ ଯାଜପୁର, ଭିଡ଼ିଓ କନଫରେନସିଙ୍ଗ କକ୍ଷ ରେ ଏକତା ଦିବସ ପାଳନ କରାଯାଇଛି । ଏହି ଅବସରେ ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଏହା ଏକ ପ୍ରତିବଦ୍ଧତାର ଦିନ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଏକତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ସମ୍ମାନ ଦେବା ।
ଏହି ଅବସରରେ ଏହି ଦିବସ ପାଳନ “ବିଭିନ୍ନତା ମଧ୍ୟରେ ଏକତାର ଭାବନାକୁ ପ୍ରଚ୍ଛହିତ କରେ ଏବଂ ଜାତୀୟ ଅଖଣ୍ଡତା ବଜାୟ ରଖିବାକୁ ଗୁରୁତ୍ୱ ଦେଇଥାଏ । ଆଗାମୀ ପିଢ଼ି
କୁ ଏକତା ଓ ଅଖଣ୍ଡତାର ମୂଲ୍ୟ ବୋଧକୁ ବଜାୟ ରଖିବାକୁ ଦେବା ଏହି ଦିବସର ମୂଳ ଲକ୍ଷ ” ବିଷୟବସ୍ତୁ ଉପରେ ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣର ଅଧକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେସିଙ୍ଗ ହଲ, ସିଭିଲ କୋର୍ଟ ପରିସରରେ ଏକ ଶପଥ ପାଠ କରାଯାଇଅଛି ।
ଏହି ଶପଥ ପାଠ ସମାରୋହରେ ଅଦାଲତ ର ଅନ୍ୟ ବିଚାର ପତି ଯଥା ଜ଼ିଲ୍ଲାର ସ୍ଵତନ୍ତ୍ର ପୋକସୋ କୋର୍ଟ ର ବିଚାର ପତି ଶ୍ରୀଯୁକ୍ତ ଅଭିଜିତ ପଲେଇ, ଅତିରିକ୍ତ ଜ଼ିଲ୍ଲା ଜଜ ଶ୍ରୀ ଯୁକ୍ତ ବିଶ୍ୱେଶ୍ୱର ବିଶ୍ଵପ୍ରକାଶ ରାୟ, ଆଢକ ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ (ଏଫ. ଟି. ଏସ. ସି ) ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ବରିଷ୍ଠ ଦେୱାନୀ ବିଚାର ପତି ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ରାୟ ଚୌଧୁରୀ, ରେଜିଷ୍ଟରାର ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତରାୟ, ବରିଷ୍ଠ ଦେୱାନୀ ବିଚାରପତି (ଏଲ. ଆର ଏବଂ ଏଲ. ଟି. ଭି) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ. ଡ଼ି. ଜେ. ଏମ ଡ଼. ସୁମିତ୍ରା ବିଶ୍ୱାଳ, ଦେୱାନୀ ବିଚାର ପତି, ଶ୍ରୀମତି ସୁନିତା ବିଶ୍ୱାଳ ଅଂଶ ଗ୍ରହଣ କରିଥିଲେ।
ପ୍ରାଧିକରଣର ଅଧ୍ୟକ୍ଷ ଅଦାଲତ ର ସମସ୍ତ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠ ଓ ଅଖଣ୍ଡତାର ଶପଥ ପାଠ କରାଇଥିଲେ। ଏହି ସମାରୋହକୁ ପ୍ରାଧିକରଣର କାର୍ଯ୍ୟକାରୀ ସମ୍ପାଦିକା ଶ୍ରୀମତି ନେହା ଅଗ୍ରୱାଲ ପରିଚାଳନା କରିଥିଲେ ।
