ପିତାମାତା ସମାଜର ଅମୁଲ୍ୟ ସଂପଦ, ସେମାନଙ୍କ ତୁଳନା ନାହିଁ

ଶାନ୍ତିଲତା ପାଣିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ

ପାଟକୁରା,୨୫/୧୦/୨୦୨୫ (ଓଡିଶା ସମାଚାର)ଆଜି ଗରଦପୁର ବ୍ଳକ ଅଧୀନ ଗରଦପୁର ଗ୍ରାମର ଧର୍ମପରାୟଣ ମହିଳା ଶାନ୍ତିଲତା ପାଣିଙ୍କ ପ୍ରଥମବାର୍ଷି ଶ୍ରାଦ୍ଧଉତ୍ସବ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ପାଣିଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନେକ ଶୁଭେଛୁ ଶାନ୍ତିଲତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ସମାଜରେ ଜଣେ ମା ର ଭୂମିକା ଓ ପରିବାର ପ୍ରତୀ ତାଙ୍କ ଅବଦାନ ବାବଦରେ ସ୍ମୃତିଚାରଣ କରିଥିଲେ । ମା ର ତୁଳନା କାହା ସହିତ ହୋଇପାରିବନାହିଁ ନାହିଁ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ଓ ମା ସ୍ୱର୍ଗ ଠାରୁ ବଡ଼ ବୋଲି କହିଥିଲେ ।

ପିତାମାତା ସମାଜର ଅମୁଲ୍ୟ ସଂପଦ ଓ ସେମାନଙ୍କ ସହିତ କେହି ତୁଳନୀୟ ନୁହନ୍ତି ବୋଲି କହି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହିପରି ବିଜେଡି ନେତା ରବି ସାମଲ, ଭାଜପା ପ୍ରବକ୍ତା ଉମାକାନ୍ତ ପଟନାୟକ,ଜିଲ୍ଲାପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ଡଲି ଶତପଥୀ, ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ,ଭାଜପା ନେତ୍ରୀ ମନୀଷା ପଣ୍ଡା,କବି ସିଦ୍ଧାର୍ଥ ଶଙ୍କର ରାୟ,କବି କୁଞ୍ଜ ବିହାରୀ ପାଣି,ଡାକ୍ତର ହିମାଂଶୁ ସଢଙ୍ଗୀ, ଡାକ୍ତର ଜୟନ୍ତ ସାହୁ,ସାମ୍ବାଦିକ ଅଜୟ ବେବର୍ତ୍ତା,ସାମ୍ବାଦିକ ରବୀନ୍ଦ୍ର ନାଥ ବାରିକ, ସାମ୍ବାଦିକ ପରେଶ ଦାଶ,

ସାମ୍ବାଦିକ ସୁବାସ ଖୁଣ୍ଟିଆ,ସମାଜସେବୀ ମନ୍ମଥ ସାମନ୍ତରାୟ, ସମାଜସେବୀ ନରୋତ୍ତମ ପରିଡା,ଭାଜପା ନେତା ଚିତ୍ତରଞ୍ଜନ ଚୌଧୁରୀ, ଅମୁଲ୍ୟ ଦାଶ, ଭଜହରୀ ସେନାପତି,ନିମାଇଁ ଚରଣ ବେହେରା,ବିଜେଡି ନେତା ଶୈଳେନ୍ଦ୍ର ମହାନ୍ତି, ଦିଲ୍ଲୀପ ସେଠି,ପ୍ରଧ୍ୟାପକ ଲିଙ୍ଗରାଜ ଶତପଥୀ,ଯୁବନେତା ରାଜେଶ ପଣ୍ଡା, ସମାଜସେବୀ ଭୁବନ ମୋହନ ଜେନା,ଅଧ୍ୟକ୍ଷ ପ୍ରଶାନ୍ତ ଜେନା, ସମିତିସଭ୍ୟ ସତ୍ୟଜିତ ସାହୁ,ପ୍ରାଧ୍ୟାପକ ଦିଲ୍ଲୀପ କୁମାର ସାହୁ,ଭାଜପା ନେତା ବିଜୟ ନାୟକ,ସରପଞ୍ଚ ପ୍ରଭାତ ନଳିନୀ ଜେନା, ବିଜେଡି ନେତା ଅଶୋକ ଜେନା,ସରପଞ୍ଚ ଗୋକୁଳାନନ୍ଦ ବେହେରା,ପ୍ରତାପ ସଢଙ୍ଗୀ, ବେଣୁଧର ମିଶ୍ରଙ୍କ,ବଡ଼ ପୁଅ ଇଞ୍ଜିନୟର ମନୋଜ କୁମାର ପାଣି, ସାନ ପୁଅ ଅଧ୍ୟାପକ ରମାକାନ୍ତ ପାଣିଙ୍କ ସମେତ ଅନେକ ଶୁଭେଛୁ ପୁଷ୍ପାଞ୍ଜଳି ଦେଇ ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *