ସ୍ମାର୍ଟ ଗ୍ରାମ କଲରାଵାଙ୍କ କାଳିପୂଜା ପାଇଁ ଉତ୍ସବ ମୁଖର

                                                  ଦୁଃଖ ବଢ଼ାଉଛି ରାସ୍ତା

କଟକ ସଦର,୨୨/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏସିଆ ମହାଦେଶର ପ୍ରଥମ ସ୍ମାର୍ଟ ଗ୍ରାମ କଟକ ସଦର ଅନ୍ତର୍ଗତ କଲରାଵାଙ୍କ ପ୍ରସିଦ୍ଧ କାଳିପୂଜା ପାଇଁ ଉତ୍ସବ ମୁଖର ‌ହୋଇ ଉଠିଛି। ଏଠାରେ ପ୍ରତ୍ୟହ ପୀଠରେ ଦକ୍ଷୀଣ କାଳୀ ପୁଜା ପାଇ ଆସୁଥିଵା ବେଳେ ପୂଜା ମଣ୍ଡପରେ ପ୍ରତିବର୍ଷ କିଟ୍ , କିସ୍ ଓ କିମ୍ସ୍ ର ପ୍ରତିଷ୍ଠାତା, ପୂର୍ବତନ ସାଂସଦ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମୃଣ୍ମୟୀ କାଳୀ ମୂର୍ତ୍ତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜା ପାଉଛନ୍ତି।

ଏହି ପରିପ୍ରେକ୍ଷୀରେ ଗତ ସୋମବାର କାଳିପୂଜା ମଧ୍ୟ ରାତ୍ରୀରେ କାଳୀଙ୍କ ଚକ୍ଷୁଦାନ ହୋଇଥିବା ଏବଂ ଆସନ୍ତା ଶୁକ୍ରବାର ସକାଳେ ବିସର୍ଜନ ଭସାଣି ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ଏଠାରେ ଅନୁଷ୍ଠିତ ହେଉଥିବା ମିନା ବଜାର ଓ ଅପେରା ଦେଖିବାକୁ ହଜାର ହଜାର ଲୋକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଥିବା ଜଣାପଡିଛି। ହେଲେ ସ୍ମାର୍ଟ୍ ଗ୍ରାମର ସ୍ମାର୍ଟ ମହୋତ୍ସବ ପାଇଁ ରାସ୍ତା ର ଦୁରାଵସ୍ତା ଲୋକମାନଙ୍କ ଦୁଃଖ ଵଢାଇଦେଇଛି। ଗଡମା ପୋଲ ଠାରୁ କଲରାଵାଙ୍କ ସ୍ମାର୍ଟ୍ ଗ୍ରାମ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ର ଦୂରାବସ୍ଥା କହିଲେ ନସରେ। କାଳିପୂଜା ପରିଚାଳନା ରେ କଲରାଵାଙ୍କ ଗ୍ରାମ ସମିତି ସଭାପତି ଅଞ୍ଜନ କୁମାର ସାମନ୍ତ, ସଂପାଦକ ଅଭିନ୍ନ ଚନ୍ଦ୍ର କେଶ୍ ଙ୍କ ସମେତ ଗ୍ରାମବାସୀ ମାନେ ସହାୟତା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *