କୋଟଗଡ଼ ବ୍ଲକରେ ମକା ଚାଷ ସଙ୍କ୍ରାନ୍ତିୟ କୃଷକ ତାଲିମ ଦାତାଙ୍କ ପାଇଁ ତାଲିମ ଶିବିର

କୋଟଗଡ଼ ୧୮/୧୦/୨୦୨୫(ଓଡିଶା ସମାଚାର) କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର କୃଷି ପରାମର୍ଶ ଓ ସୂଚନା ଭବନରେ ମୁଖ୍ୟମନ୍ତ୍ରୀଙ୍କ ମକା ମିଶନ୍ ଅଧୀନରେ, ଶାନ୍ତି ମୈତ୍ରୀ ଦ୍ଵାରା ୩୦ ଜଣ ପ୍ରଗତିଶୀଳ କୃଷକଙ୍କୁ ନେଇ ପ୍ରଥମ ଟିଓଟି (Training of Trainers) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମକ୍କା ଚାଷ ପାଇଁ ଜମି ପ୍ରସ୍ତୁତି, ଯାନ୍ତ୍ରିକ ବିଜାଇ, ବୀଜ ଶୋଧନ, ଅନ୍ତଃଶସ୍ୟ (ଇଣ୍ଟରକ୍ରପିଂ) ଓ ପ୍ରାରମ୍ଭିକ ଗଛେ ନିୟନ୍ତ୍ରଣ (ପ୍ରି-ଇମର୍ଜେନ୍ସ ଉଇଡ୍ ମ୍ୟାନେଜମେଣ୍ଟ) ଓ ରୋଗପୋକ ପରିଚାଳନା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ  ଶ୍ରୀ ଚିତ୍ତରଞ୍ଜନ ଶତପଥୀ, କନ୍ଧମାଳ ଓ ବ୍ଲକ୍ କୃଷି ଅଧିକାରୀ  ଶ୍ରୀ ଅଭିମନ୍ୟୁ ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କୃଷକମାନଙ୍କୁ ତାଙ୍କର ମୂଲ୍ୟବାନ ପରାମର୍ଶ ଓ ଅନୁଭବ ଜଣାଇ  ଥିଲେ। ମକା ଚାଷ ଏକ ଲାଭଜନକ ଚାଷ ହୋଇଥିବାରୁ ଏଥି ପ୍ରତି କୃଷକ ମାନେ ଅଧିକ ଆଗ୍ରହ ପ୍ରକାଶକରି ଏହି ଚାଷ କଲେ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଅଧିକାରୀ ମାନେ ବୁଝାଇଥିଲେ । ଏହି ଚାଷରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଥିବାରୁ କୃଷକ ମାନେ ଅଧିକ ଲାଭବାନ ହୋଇପାରିବେ । ଏହି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମକା ମିଶନ୍‌ର ପ୍ରୋଗ୍ରାମ କୋଅର୍ଡିନେଟର ଶ୍ୟାଲିନ ଦେହୁରୀ ଓ କୋଟଗଡ ଏଫ୍‌ପିସି  ସିଇଓ ମିଥୁନ ଚନ୍ଦ୍ର ଚୌଧୁରୀଙ୍କ ତତ୍ୱାବଧାନ ଓ ସହଯୋଗରେ ସଫଳତାର ସହିତ ଆୟୋଜନ କରାଯାଇଥିଲା।

ଏହି ପ୍ରଶିକ୍ଷଣରେ କୃଷି ବିଭାଗର ଅଧିକାରୀମାନେ କୃଷକମାନଙ୍କୁ ଗୌଣିକ, ଜୈବିକ ଓ ବିଜ୍ଞାନସମ୍ପୃକ୍ତ ଚାଷ ପ୍ରଣାଳୀ ଅବଲମ୍ବନ କରି ମକା ଚାଷକୁ ଅଧିକ ଉତ୍ପାଦନମୂଳକ ଓ ଲାଭକାରୀ କରିବା ପାଇଁ ପ୍ରେରିତ କଲେ। ଏହାପରେ ପ୍ରୋଗ୍ରାମ କୋଅର୍ଡିନେଟର ଶ୍ୟାଲିନ ଦେହୁରୀ ସମସ୍ତ କୃଷି ବିଭାଗ ଅଧିକାରୀ ଓ କୃଷକମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଶିକ୍ଷଣ କାର୍ଯ୍ୟ କ୍ରମ ସାଙ୍ଗ କରିଥିଲେ ।ଆଗାମୀ ଦିନରେ ରାଜ୍ୟ ସରକାର କୃଷିର ଉଥାନ ଅନେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୃଷକ ମାନଙ୍କ ପାଇଁ ଆୟୋଜନ କରିବେ ବୋଲି ଶାନ୍ତି ମୈତ୍ରୀ ର ସମ୍ପାଦକ ଭଗବାନ ଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *