ସାତଦିନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ମା ଗଜଲକ୍ଷ୍ମୀ ଭଷାଣୀରେ ଗଲେ  

ପାଟକୁରା ୧୩/୧୦/୨୦୨୫ (ଓଡିଶା ସମାଚାର )- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ଗଜଲକ୍ଷ୍ମୀ ମଣ୍ଡପରେ କୁମାର ପୂର୍ଣ୍ଣିମା ଠାରୁ ମା ଗଜଲକ୍ଷ୍ମୀ ସାତଦିନ ପାଇଁ ଶ୍ରଦ୍ଧାଳୁ ଙ୍କୁ ପୂଜା କରିବାର ଓ ଦର୍ଶନ କରିବାର ସୁଯୋଗ ଦେଇ ଆଜି ଶୋଭା ଯାତ୍ରାରେ ଭସାଣୀ ରେ ଗଲେ ।

ସାତଦିନ ମଧ୍ୟରେ ମଣ୍ଡପ ନିକଟରେ ଭଜନ କୀର୍ତନ, ରାମଲୀଳା ପରିବେଷଣ, ଭଜନ ସମାରୋହ, ଗୁରୁବାର ଦିନ ଶ୍ରଦ୍ଧାଳୁ ମା ମାନଙ୍କ ଦ୍ୱାରା କଥା ମେଳା, ସାତଦିନ ମଧ୍ୟାହ୍ନ ରେ ସମସ୍ତଙ୍କ ପାଇଁ ପ୍ରସାଦ ସେବା ଇତ୍ୟାଦି ଲୀଳା ଖେଳା ମଧ୍ୟରେ ଗଜ ଲକ୍ଷ୍ମୀଦାଣ୍ଡ ପୁରିଉଠିଥିଲା ।

ଆଜି ମା ଗଜଲକ୍ଷ୍ମୀ ଙ୍କ ମୃଣୟୀ ମୂର୍ତ୍ତିକୁ ଶୋଭା ଯାତ୍ରାରେ ବାଜା ବଜାଇ ବାଣ ଫୁଟାଇ ହରିବୋଲ ହୁଳହୁଳି ମଧ୍ୟରେ ଭସାଣି ଶୋଭାଯାତ୍ରାରେ ପବିତ୍ର ଚିତ୍ରୋତ୍ପଳା ନଦୀ ଘାଟ ନିକଟକୁ ନିଆଯାଇଛି । ବେଡାରୀ ଗଜଲକ୍ଷ୍ମୀ ପୂଜା କମିଟି ଓ ଗ୍ରାମବାସୀମାନେ ଏହିପରି ଗଜଲକ୍ଷ୍ମୀ ପୂଜାକରିବା ପାଇଁ ଆସୁଥିବା ଆସନ୍ତା ବର୍ଷ କୁମାରପୁର୍ଣିମାକୁ ଅପେକ୍ଷା କରି ରହିବେ ।

Leave a Reply

Your email address will not be published. Required fields are marked *