ଯାଜପୁର, ୧୦/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଘରୋଇ ହିଂସା ରୁ ମହିଳା ଙ୍କୁ ସୁରକ୍ଷା ଅଧିନିୟମ-୨୦୨୫ର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଯୋଗଦେଇଥିଲେ।

ମହିଳାମାନଙ୍କୁ କିପରି ଘରୋଇ ହିଂସାରୁ ରୋକାଯାଇପାରିବା ଏବଂ ଏ ଦିଗରେ ସରକାର ଙ୍କର, ବିଭିନ୍ନ ଆଇନଗତ ସହାୟତା ଯୋଗାଇଦିଆଯାଇପାରିବ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଆଡଭୋକେଟ ଅଖିଳ ମୋହନ ଦାସ, ଆଡଭୋକେଟ କୁଳମଣି ନାୟକ ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମର ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସିଡିପିଓ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ ପରିଚାଳନା କରିଥିଲେ।
