ଅକ୍ଟୋବର ଓ ନଭେମ୍ବର – ୨୦୨୫ ମାସ ନିମନ୍ତେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଯାଜପୁର, ୨୯/୦୯/୨୦୨୫ (ଓଡ଼ିଶା ସମାଚାର)- ଚଳିତ ବର୍ଷ  ୨୦୨୫ ଅକ୍ଟୋବର ଓ ନଭେମ୍ବର ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ ଙ୍କ ଜିଲ୍ଲାସ୍ତରୀୟ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଅଛି । ଜନ ସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡିକର ତତ୍କାଳ ସମାଧାନ କରିବେ ।

ଚଳିତ ଅକ୍ଟୋବର ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୬।୧୦।୨୦୨୫ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ, ଯାଜପୁର ରେ, ତା ୧୩।୧୦।୨୦୨୫ ରିଖ (ସୋମବାର) କେ.ଏନ୍.ଡି.ଏ ସମ୍ମିଳନୀ କକ୍ଷ, କଳିଙ୍ଗନଗର ରେ ତା ୨୦।୧୦।୨୦୨୫ ରିଖ (ସୋମବାର) ଦଶରଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ, ତା ୨୭।୧୦।୨୦୨୫ ରିଖ (ସୋମବାର) ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

ସେହିପରି ଆଗାମୀ ନଭେମ୍ବର ମାସ ତା ୦୩.୧୧.୨୦୨୫ ରିଖ(ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ, ଯାଜପୁର, ତା ୧୦.୧୧.୨୦୨୫ ରିଖ(ସୋମବାର) ଧର୍ମଶାଳା ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ,  ତା ୧୭.୧୧.୨୦୨୫ ରିଖ(ସୋମବାର) ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ, ତା ୨୪.୧୧.୨୦୨୫ ରିଖ (ସୋମବାର) ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ଘ. ୧୦.୦୦ ଟିକା ସମୟରୁ ଅପରାହ୍ନ ଘ ୦୨.୦୦ ଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଣୁ ଦଶରଥପୁର ବ୍ଲକ, ଦାନଗଦି ବ୍ଲକ୍, ସୁକିନ୍ଦା ବ୍ଲକ, ଧର୍ମଶାଳା ବ୍ଲକ, ରସୁଲପୁର ବ୍ଲକ ଏବଂ ଜିଲ୍ଲାର  ଜନସାଧାରଣଙ୍କ କୌଣସି ଆପତ୍ତି ଅଭିଯୋଗ ଥିଲେ ସେମାନେ ନିର୍ଦ୍ଧାରିତ ଦିବସ, ସମୟ ଓ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କର ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଗଲା।

Leave a Reply

Your email address will not be published. Required fields are marked *