କଟକ ସଦର ,୧୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲ ପକ୍ଷରୁ ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ,ଓ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ପରିଚାଳନାରେ ଏଵଂ କିଶନନଗର ଥାନା ପକ୍ଷରୁ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତିଙ୍କ ସୈ।ଜନ୍ୟରେ ଏକ ମିଳିତ ‘ସଡ଼କ ସୁରକ୍ଷା ଜୀଵନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଆଜି ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।
ସ୍କୁଲ ର ପିଲାମାନଙ୍କ ସହିତ ପୋଲିସ ଅଧିକାରୀ ମାନେ କିଶନନଗର ହାଇସ୍କୁଲ ଠାରୁ ବଜାର ପରିକ୍ରମା କରି ଥାନା ପର୍ଯ୍ୟନ୍ତ ଏକ ସଚେତନତା ରାଲିରେ ଯାଇଁ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଥାନାର ଏସ୍ ଆଇ ଜୟଶ୍ରୀ ସାହୁ, ଏସ୍ ଆଇ ସନ୍ତୋଷ ପ୍ରଧାନ,ଏଏସଆଇ ଶୁଭ୍ରାନ୍ତ କୁମାର ଭୋଇ, ତୃପ୍ତିହାରୀ ପଢ଼ିସାରି,ନିରଜ୍ଞନ ବେହେରା ଓ ସମସ୍ତ କର୍ମଚାରୀ ଙ୍କ ସମେତ ସ୍କୁଲର ବନଜା ବାସିନୀ ଦାସ, ସରିତା ମହାନ୍ତି,ଗିତାଞ୍ଜଳୀ ନାୟକ,ଇସ୍ତାକ ଅହମଦ,ସାହେଵା ଅଞ୍ଜୁମ,ମୈ।ସୁମୀ ମହାନ୍ତି, ରଶ୍ମି ରଞ୍ଜନ ରଣା ପ୍ରମୁଖ ସହାୟତା କରିଥିଲେ। ସୂଚନାଯୋଗ୍ୟ ଯେ ଉଇସଡମ ସ୍କୁଲ ବିଭିନ୍ନ ସମୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଥିବା ରୁ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି।
