ଆତ୍ମହତ୍ୟା ସମାଧାନର ରାସ୍ତା ନୁହେଁ,ଏହା ଏକ ଦୁର୍ବଳ ମାନସିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧/୦୯/୨୦୨୫(ଓଡ଼ିଶା ସମାଚାର)- ଆତ୍ମହତ୍ୟା ନିରୋଧ ଦିବସରେ, ଆତ୍ମହତ୍ୟା ସମାଧାନର ରାସ୍ତା ନୁହେଁ, ଏହା ଏକ ଦୁର୍ବଳ ମାନସିକତା ବୋଲି କହି ଲୋକଙ୍କୁ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆତ୍ମହତ୍ୟା ସମାଧାନର ରାସ୍ତା ନୁହେଁ, ଏହା ଏକ ଦୁର୍ବଳ ମାନସିକତା । ଆତ୍ମହତ୍ୟା ନିବାରଣ ପାଇଁ ଆମ ସରକାର ରାଜ୍ୟବ୍ୟାପୀ ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆତ୍ମହତ୍ୟା ନିବାରଣ ଦିବସରେ ଆସନ୍ତୁ ସଂକଳ୍ପ ନେବା – ସମସ୍ୟାକୁ ହରାଇବା, ଜୀବନକୁ ଭଲ ପାଇବା, ଆତ୍ମହତ୍ୟାର ନିବାରଣ ପାଇଁ ବ୍ୟାପକ ସାମାଜିକ ସଚେତନତା ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ କାମ କରିବା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅବସରରେ ମୁଁ ସମସ୍ତଙ୍କୁ, ବିଶେଷ ଭାବେ ଯୁବ ସମାଜକୁ ନିବେଦନ କରିବି ଯେ ‘ ବିଶ୍ୱ ନିୟନ୍ତାଙ୍କ ପ୍ରଦତ ଜୀବନ ହେଉଛି ଅମୂଲ୍ୟ’ । ଜୀବନରେ ଏମିତି କିଛି ସମସ୍ୟା ନାହିଁ, ଯାହାର କୌଣସି ସମାଧାନ ନାହିଁ । ଆପଣ ସମ୍ମୁଖୀନ ହେଉଥିବା ସମସ୍ତ ଛୋଟ ବଡ଼ ସମସ୍ୟାର ସମାଧାନ କରିବା ପାଇଁ ସରକାର ସବୁବେଳେ ଆପଣଙ୍କ ସହିତ ଛିଡ଼ା ହୋଇଛନ୍ତି । ଯଦି ବ୍ୟକ୍ତିଗତ ସ୍ତରରେ କେହି ବ୍ଲାକମେଲ କିମ୍ବା ହାରାସମେଂଟ କରୁଛନ୍ତି ତୁରନ୍ତ କର୍ତୃକ୍ଷଙ୍କୁ ଅବଗତ କରାନ୍ତୁ । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜିର ‘ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ’ କେବଳ ଅନ୍ୟ ଦିବସ ପାଳନ କରିବା ପରି ଔପଚାରିକତାରେ ସୀମାବଦ୍ଧ ହେଇ ନ ରହୁ । ଆତ୍ମହତ୍ୟା ସମାଧାନ ନୁହେଁ ।

https://x.com/MohanMOdisha/status/1965639951862702182

Leave a Reply

Your email address will not be published. Required fields are marked *