ହିମାଂଶୁ ହେଲେ ଜିଲା ଯୁବକଂଗ୍ରେସ ସୋସିଆଲ ମିଡିଆ ସଂଯୋଜକ

କେନ୍ଦ୍ରାପଡ଼ା,୦୮/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମର ଜିଲା ସଂଯୋଜକ ତଥା କାର୍ଯ୍ୟକାରୀ ସଦସ୍ୟ ଭାବେ ଯୁବନେତା ହିମାଂଶୁ ଭୂଷଣ ନନ୍ଦଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅଖିଳ ଭାରତ ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମର ଜାତୀୟ ମୁଖ୍ୟ ମନୁ ଜୈନ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଯୁବନେତା ଶ୍ରୀ ନନ୍ଦ ଜଣେ ଦକ୍ଷ ସଂଗଠକ ଭାବେ ପୂର୍ବରୁ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହ କରି ଆସିଛନ୍ତି । ଶ୍ରୀ ନନ୍ଦ ହେଉଛନ୍ତି ଏହି ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମପଂଚାୟତର ନୂଆପାଟଣା ଗ୍ରାମର ବାସୀନ୍ଦା ।

ଏହି ନିଯୁକ୍ତି ପାଇଁ ଶ୍ରୀ ନନ୍ଦ ଜାତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁଜୀ, ଅଖିଳ ଭାରତ ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମର ଜାତୀୟ ମୁଖ୍ୟ ମନୁ ଜୈନ, ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ମୁକେଶ ଜୀ, ରାଜ୍ୟ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଭାରପ୍ରାପ୍ତ ଅଧିକାରୀ ଦୁଲାଲ ଶର୍ମା, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ରାଜ୍ୟ ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି କୃଷ୍ଣ ମହାନ୍ତି, ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ମନୋଜ ବେହେରା, ପ୍ରଦେଶ କଂଗ୍ରେସ କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ ଓ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଜିଲା ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମର ସଂଯୋଜକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ନିଷ୍ଠାର ସହିତ କାର୍ଯ୍ୟ କରି ଦଳର ସଂଗଠନକୁ ଅଧିକ ମଜଭୁତ କରିବାକୁ ପ୍ରୟାସ କରିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି । ନିଯୁକ୍ତି ପରେ ଶ୍ରୀ ନନ୍ଦଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *