ଯାଜପୁର ୦୧/୦୯/୨୦୨୫ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ମା ବିରଜାଙ୍କ ପୀଠ ଯାଜପୁରସ୍ଥିତ ମିଶନଶକ୍ତି ସଭା ଗୃହ ଠାରେ ଟେଲିକମ ସାଇବର ନିରାପତ୍ତା ଗ୍ରାହକ ସଚେତନତା କର୍ମଶଳଇ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଥାନା ଏଏସ ଆଇ ଦୀପ୍ତିମୟୀ ରାଉତ ଓ ସୁସାହିତ୍ୟକ ନିତ୍ୟାନନ୍ଦ ପଣ୍ଡା, ସଭାପତିତ୍ବ କରିଥିଲେ ଓ ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ । ଯୋଗାଣ ଅଧିକାରୀ ସ୍ଥିତପ୍ରଜ୍ଞା ପ୍ରିୟଦର୍ଶିନୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସରକାରୀ ଯୋଜନାରେ ଡିଜିଟାଲ ସାକ୍ଷରତା ଓ ଇ ସେବା ସମସ୍ତ ଇଣ୍ଟରନେଟ ସେବା ଉପରେ ଆମେ ନିର୍ଭର କରୁ ବୋଲି ମତ ରଖିଥିଲେ ।
ଆଜିକାଲି ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର ଯାହା ଜୀବନର ଅପରିହାର୍ୟ୍ୟ ହେବାକୁ ଲାଗିଲାଣି । ଗୃହମନ୍ତ୍ରଣାଳୟ ଆଇରିସ ସେଲ ଅନୁସାରେ ଭାରତରେ ମାସକୁ ୧୫୦୦ କୋଟି ଓ ବର୍ଷକୁ ୧.୨ ଲକ୍ଷ କୋଟି ଟଙ୍କା ସାଇବର ଜନିତ ଅପରାଧର ଶିକାର ହେଉଛନ୍ତି। ଯାହାର ୦.୭ ଶତକଡା ଭାଗ ଜିଡ଼ିପିର ପ୍ରଭାବିତ ହେଇ ଦେଶର ଅର୍ଥନୈତିକ ବିକାଶ ପାଇଁ ବାଧକ ହେଉଛି । ଇଣ୍ଟରନେଟ ବର୍ତମାନ ବ୍ଳାକ ବକ୍ସ ହୋଇଅଛି। ବର୍ତ୍ତମାନ ୭୮ କୋଟି ଇଣ୍ଟରନେଟ ବ୍ୟବହାରକାରି ଗ୍ରାହକ ଯାହା ଆମ ଦେଶ ସାଇବର ଅପରାଧିଙ୍କ ଭୂସ୍ଵର୍ଗ ପାଲଟଛି।ଏଆଇ ଟେକନୋଲଜି ସାହାଯ୍ୟ ରେ ପ୍ରତି ମିନିଟରେ ଗ୍ରାହକ ସାଇବର ଫ୍ରଡ଼ ର ଶୀକାର ହେଉଛନ୍ତି। ମାନବ ସମାଜ ପାଇଁ ବୈଷୟିକ ଜ୍ଞାନ ଆର୍ଶୀବାଦ ଥିଲା। ବର୍ତମାନ ଆମ ପାଇଁ ଏହା ଅଭିଶାପ ହେଲାଣି ।
ସବୁ ବର୍ଗର ବୂଢା ରୁ ପିଲା ମୋବାଇଲ ଇଣ୍ଟରନେଟ ଆମର ପରିବାର ମୁଖ୍ୟ ହେଲାଣି। ଏହି ସଚେତନତା କର୍ମଶାଳା ରେ ଅଚିହ୍ନା ଲିଙ୍କ,ଅଜଣା ଆପ୍ପ,ଅଜଣା ମେସେଜ,ଇମେଲ, ଫେକ ଅଫସାଇଟ ,ଫେସବୁକ,ଇନଷ୍ଟାଗ୍ରାମ ହ୍ୱାଟ୍ସଅପ , ସାଇବର ଅପରାଧି ଆଦି ଆମର ବାପ ବୋଲି ସେ କହି ଥିଲେ । ଓଟିପି ଅଜଣା କୁ ଦେବା ନିଜେ ଅଜଣା ହେବା । ଏହି କର୍ମଶାଳା ରେ ଟ୍ରାଇ ପ୍ରଦତ୍ତ ଡ଼ିଏନଡ଼ି, ମାଇସ୍ପୀଡ ଆପ୍ପ, ସଂଚାର ସାଥି, ଚକ୍ଷୁ ଆପ୍ପ, ପ୍ରତିବିମ୍ବ, ହେଲ୍ପ ଲାଇନ ୧୯୩୦,ସାଇବର କ୍ରାଇମ ଡଟ ଜିଓଭି ଡଟ ଇନ ଓ ଟ୍ରାଇର ୱେବସାଇଟ ବ୍ୟବହାର କରିବା ପାଇଁ ତାଲିମ ପ୍ରଦାନ କରଯାଇଥିଲା । ଯାଜପୁର ଜିଲ୍ଲା ଅଧ୍ୟୁସିତ, ଦୁର୍ଗମ,ଅଞ୍ଚଳ ୧୦ଗୋଟି ବ୍ଲକ ୩୧୧ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ଟେଲିକମ ସେବା ବିପର୍ୟ୍ୟସ୍ତ ନେଟୱର୍କ ଆସୁନି ,ବହୁ ଧିମା ରେ ଚାଲିବା, ନେଟୱର୍କ ନଲାଗିବା ଓ ଟେଲିକମ୍ପାନୀ ମାନେ ଯାଣିଶୁଣି ଅଣଦେଖା କରୁଛନ୍ତି ବୋଲି ସଭାରେ ମତ ରଖିଥିଲେ ।
ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ ଅଣଦେଖା କରୁଛନ୍ତି। ରାତାରାତି କମ୍ପାନୀ ମାନେ ରିଚାର୍ଜ ପ୍ଳାନ ଭଡା ବଢେଇ ଦେଉଛନ୍ତି କିନ୍ତୁ ତା ତୁଳନାରେ ସେବା ନଦେବା, ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ହ୍ୱାଟ୍ସ ଆପ୍ ନମ୍ବର ଓ ଓଡିଆ ଭାଷାରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାମାଞ୍ଚଳରେ ଗ୍ରାହକ ସଚେତନତା କର୍ମଶଳା କମ୍ପାନୀଗୁଡିକ କରିବା ଉପରେ ସମସ୍ତେ ଦାବି କରିଥିଲେ ଓ ଟ୍ରାଇ ନିୟମ ଓ ନିର୍ଦେଶାବଳୀ ଟେଲିକମ୍ପାନୀ ମାନେ ମାନନ୍ତୁ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ନିର୍ଦ୍ଦେଶ ବଳବତ୍ତର ଅଛି ବୋଲି ଟ୍ରାଇ ସିଏଜି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ କହିଥିଲେ । ବିଏସଏନଏଲ,ଏୟାରଟେଲ ଓ ଜିଓ କ୍ଷେତ୍ର ଅଧିକାରୀ ଓ ମହିଳା ନେତ୍ରୀ, ବୁଦ୍ଧିଜୀବୀ ,ସଚେତନ ନାଗରିକ, ଅଙ୍ଗନବାଡି କର୍ମୀ, ଗଣମାଧ୍ୟମ ପ୍ରତିନିଧି ମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶିକ୍ଷାବିତ ସୁଦାମ ଡାକୁଆ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ ।
