ଜଗତସିଂହପୁର ,୧୬/୦୮/୨୦୨୫ (ଓଡ଼ିଶା ସମାଚାର)-ଆସନ୍ତାକାଲି, ଅର୍ଥାତ୍ ୧୭.୦୮.୨୫ ତାରିଖ ରବିବାର ସକାଳ ୯ଟାରେ ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲା ପୋଲିସ, ଜଗତସିଂହପୁର ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେବ। ଜଗତସିଂହପୁର ର ଆରକ୍ଷୀ ଅଧିକ୍ଷକ (ଏସ୍ ପି ) ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦଗାତା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦଘାଟନ କରିବେ। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ବହୁ ସଂଖ୍ୟାରେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ନିବେଦନ କରାଯାଇଛି ।
