ଏଏସଆଇ ଓଡିଶା ଅଧ୍ୟାୟର ୩୯ ତମ ବାର୍ଷିକ ସମ୍ମିଳନୀ

ଆରମ୍ଭ ହେବ ରୋବୋଟିକ୍ ସର୍ଜରୀ; ଓଡ଼ିଶାବାସୀ ପାଇବେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା: ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମହାଲିଙ୍ଗ

ଭୁବନେଶ୍ୱର, ୧୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏଏସଆଇ ଓଡିଶା ଅଧ୍ୟାୟର ୩୯ ତମ ବାର୍ଷିକ ସମ୍ମିଳନୀ – OSASICON 2024 ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ପୁରୀର ସାଂସଦ ଡା. ସମ୍ବିତ ପାତ୍ର ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ଵ ମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଓଡିଶା ସରକାର  ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ଶିକ୍ଷାକୁ କ୍ରିୟାଶୀଳ ଓ ମଜବୁତ କରିବା ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଡ଼ଃ ମହାଲିଙ୍ଗ ସମ୍ମିଳନୀରେ ପ୍ରକାଶ କରିଥିଲେ ।

ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷରେ ରୋବୋଟିକ୍ ସର୍ଜରୀ ଆରମ୍ଭ କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗକୁ ବ୍ୟାପକ କରିବା ପାଇଁ ଯୋଜନା କରୁଛନ୍ତି । ଯାହାଫଳରେ ରୋଗୀମାନେ ସଠିକ ସ୍ୱାସ୍ଥ୍ୟ ସେବା ପାଇବା ସହିତ ପୁନରୁଦ୍ଧାର ସମୟ ହ୍ରାସ ପାଇବା ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଆସିଥିବା ସୁନାମଧନ୍ୟ ଚିକିତ୍ସ୍ୟକ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

-0-ସୌରଭ ପ୍ରଧାନ ,ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *