ଶୋଭାଯାତ୍ରା ସଫଳ କଲା ଜିଲ୍ଲା ପ୍ରଶାସନ
କଟକ ସଦର, ୧୪/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଵୈୟାଳିଶମୌଜା ବିଜେପି ମଣ୍ଡଳରେ ଆଜି ଗୁରୁବାର ପୂର୍ବାହ୍ନରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହର ଘର ତ୍ରିରଙ୍ଗା ଓ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଡ଼ା ସୁରକ୍ଷା ବଳୟ ଭିତରେ ଯୋଗଦେଇଥିବା ଜଣାପଡିଛି। ଏକ ଖୋଲା ଗାଡ଼ିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାତ ହଲାଇ ସାଧାରଣ ଲୋକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ।

ତାଙ୍କ ସହିତ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଡିସିପି ଋଷିକେଶ ଖିଲାରିଙ୍କ ସମେତ କଟକ ସହରର ସମସ୍ତ ଅଧିକାରୀ ଏହି ରାଲିରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ଏପରିକି କଟକ ସଦର ବିଡିଓ, ତହସିଲଦାର, ସମସ୍ତ ଅତିରିକ୍ତ ତହସିଲଦାର,ଅତିରିକ୍ତ ଜିଲାପାଳ,ଉପଜିଲାପାଳଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ଏଥିରେ ଯୋଗଦେଇଥିଲେ। ବର୍ଷ। ରାଲିକୁ ପ୍ରଭାବିତ କରିଥିଲା। ଏଥିରେ ଲୋକମାନଙ୍କ ଉପସ୍ଥିତି ନୈରାଶ୍ୟଜନକ ଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ଶତାଧିକ ପୋଲିସ ଗାଡିମଟର ଶୋଭାଯାତ୍ରାକୁ ସଫଳ କରିଥିବା କୁହାଯାଉଛି। ଶୋଭାଯାତ୍ରା ଝିଙ୍କିରିଆ ଯଶୋଦା ଗାର୍ଡେନ ଠାରୁ ଚାନ୍ଦୁଲି ନିଳକଣ୍ଠ ମନ୍ଦିର ପର୍ୟ୍ୟନ୍ତ ଯିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଧାଵାଟ କଳପଡା ଠାରୁ ଫେରିଯାଇଥିବା ଜଣାପଡିଛି।
