୪୨ ମୈ।ଜା ବିଜେପି ମଣ୍ଡଳ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ, ଅନ୍ତଃକନ୍ଦଳ ପଦାରେ ପଡ଼ିଲା

କଟକ ସଦର, ୧୩/୧୦/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା ବିଜେପି ମଣ୍ଡଳ ପକ୍ଷରୁ ଆଜି ରବିବାର ବିଜୟା ଦଶମୀ ଦିନ ଶାରଦୀୟ ବନ୍ଧୁ ମିଳନ କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଣ୍ଡଳ ଅନ୍ତର୍ଗତ ୬ ଗୋଟି ପଞ୍ଚାୟତର ବିଜେପି କର୍ମୀଙ୍କ ସମେତ ଅଶୋକ ବିଶ୍ୱାଳ, ବିପିନ ପଣ୍ଡା, ରୋହିତ ସ୍ୱ।ଇଁ, ଅଭିରାମ ଦଳାଇ, ସୁରେଶ ପ୍ରଧାନ, ସନ୍ତୋଷ ସାହାଣୀ,ତାପସ ଆଚାର୍ୟ୍ୟ, ଅଲେଖ ଦାସ,ସୁମିତା ଦେବତା,ଦେବି ପତି, ରତ୍ନାକର ଭୋଇ, ଗାନ୍ଧୀ ଗୁରୁ ଦାସ,ଶୁଭନ୍ୟାସ ମହାନ୍ତି, ମଣ୍ଡଳ ସଭାପତି ପିୟୁଷ ରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ବିଜେପି କୁ ବୁଥ ସ୍ତରରୁ ମଜଭୁତ କରିବା ପାଇଁ ମତ ଉପସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ଏହି ବନ୍ଧୁମିଳନ କାର୍ୟ୍ୟକ୍ରମରେ ହାତାହାତି ଓ ମାରପିଟ୍ ଘଟଣା ଗୋଷ୍ଠୀ ବିବାଦର ଅନ୍ତଃକନ୍ଦଳ ପଦାରେ ପଡିଯାଇଛି।

Leave a Reply

Your email address will not be published. Required fields are marked *