ଭାଜପାର ପାଟକୁରା ମଣ୍ଡଳ ସ୍ତରୀୟ ତ୍ରିରଙ୍ଗା ଶୋଭା ଯାତ୍ରା

ପାଟକୁରା,୧୩/୦୮/୨୦୨୫ (ଓଡିଶା ସମାଚାର)- ଆଜି ଭାଜପାର ୧୧ନମ୍ବର ଜୋନରେ ମଣ୍ଡଳ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଟକୁରା କହ୍ନେଇଲାଲ ଜୀଉ ମନ୍ଦିର ଛକରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଦେଇ ଭାଜପା ନେତୃମଣ୍ଡଳୀ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରିଥିଲେ ।

ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପାଟକୁରା ଭାଜପା ନେତା ତଥା ରାଜ୍ୟ ଭାଜପା ମୁଖପାତ୍ର ତେଜେଶ୍ୱର ପରିଡା ଉପସ୍ଥିତ ରହି ତ୍ରିରଙ୍ଗା ଶୋଭାଯାତ୍ରା ଜନସାଧାରଣଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚ ସଭାପତି ଶ୍ରୀଧର ପ୍ରସାଦ ପ୍ରଧାନ,ଜିଲ୍ଲା କୃଷକ ମୋର୍ଚ୍ଚ ସାଧାରଣ ସମ୍ପାଦକ ବିଚିତ୍ର ପ୍ରଧାନ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟ ଦର୍ଶନୀ ନନ୍ଦ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀକାନ୍ତ ସେନାପତି, ଭାଜପା କାର୍ୟ୍ୟକାରିଣୀ ସଦସ୍ୟ ବିଜୟ କୁମାର ନାୟକ,ତ୍ରିରଙ୍ଗା ଯାତ୍ରା ସଂଯୋଜକ ଗିରିଶ ଜେନା,ସହ ସଂଯୋଜକ ଶିବବ୍ରତ ମହାପାତ୍ର, ପ୍ରତାପ ବାରିକ, ବିପିନ ସାହୁ, କୈଳାସ ବାରିକ,ଚିତ୍ତ ରଞ୍ଜନ ସେଠୀ, ବସନ୍ତ ବେହେରା,ଗଙ୍ଗାଧର ସେଠୀ, ରାଜକିଶୋର ମିଶ୍ର,ଅଲେଖ ସାହୁ, ରୋହିତ ପାତ୍ର,ନୀଳାମ୍ବର ପରିଡା, ସୂର୍ୟ୍ୟକାନ୍ତ ପଟନାୟକଙ୍କ ସମେତ ଅନ୍ୟ ଭାଜପା ପ୍ରମୁଖ କର୍ମୀ ମାନେ ତ୍ରିରଙ୍ଗା ଶୋଭା ଯାତ୍ରାରେ ସାମିଲ ହୋଇ ଥିଲେ ।

ତ୍ରିରଙ୍ଗା ଶୋଭାଯାତ୍ରା କହ୍ନେଇଲାଲ ଜୀଉ ମନ୍ଦିର ଛକ ନିକଟରୁ ବାହାରି ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦେଇ ପାଟକୁରା ବଜାର, ପାଟକୁରା ଥାନା, ପାଟକୁରା ଗ୍ରାମ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଦେଇ ସରସ୍ବତୀ ଶିଶୁ ମନ୍ଦିର ପର୍ୟ୍ୟନ୍ତ ଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସ୍ଥାନୀୟ ଗ୍ରାମର ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ । ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଧରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *