ଶ୍ରାବଣ ଶେଷ ସୋମବାର ରେ ୧୦ ହଜାର କାଉଡ଼ିଆ ଜଳ ଲାଗି କଲେ

                               ଶେଷ ସୋମବାର ରେ ବୁଦ୍ଧେଶ୍ଵର ମନ୍ଦିର ରେ କାଉଡ଼ିଆ ଙ୍କ ପ୍ରବଳ ଭିଡ

ଭୁବନ,୦୪/୦୮/୨୦୨୫ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵର ଙ୍କ ମନ୍ଦିର ରେ ଶ୍ରାବଣ ମାସର ଶେଷ ସୋମବାର ରେ ଜଳଲାଗି କରିବାକୁ କାଉଡ଼ିଆ ଙ୍କ ଅସମ୍ଭବ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସି ପହଞ୍ଚିଥିଲେ । ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରୁ ଜଳ ଆଣି ବାବା ବୁଦ୍ଧେଶ୍ଵର ଙ୍କୁ ଜଳ ଲାଗି କରିଥିଲେ ।

ହର ହର ମହାଦେବ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ଶେଷ ସୋମବାର ରେ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ୱ କାଉଡ଼ିଆ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବୁଦ୍ଧେଶ୍ୱର ଙ୍କୁ ଜଳ ଲାଗି କରିଥିଲେ । ଶ୍ରୀ ଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଏବଂ ଶିବଶକ୍ତି ସେବା ସଂଗଠନ ତରଫରୁ ନୂଆ ଭୁବନ ଛକରେ କାଉଡ଼ିଆ ଙ୍କ ପାଇଁ ପ୍ରାଥମିକ ଚିକିତ୍ସା,ସେବା କେନ୍ଦ୍ର, ଜଳପାନ ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା ।

ମନ୍ଦିର ପରିଚାଳନା କମିଟି ମନ୍ଦିର କମିଟିର ସଭାପତି ନରହରି ସାହୁ ଙ୍କ ତତ୍ତ୍ଵାବଧନରେ ସମ୍ପାଦକ ସମୀର କୁମାର ସାହୁ ,ଉପ ସଭାପତି ବିପିନ ବିହାରୀ ସେଠୀ,କୋଷାଧକ୍ଷ ସନ୍ତୋଷ ବିହାରୀ ,ପରିଚାଳକ ଗୁଲଗୁଲ ସାହୁ , କମିଟି ସଦସ୍ୟ ଦୀନବନ୍ଧୁ ସାହୁ, ଖଗେଶ୍ୱର ନାୟକ , ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଭୁବନ ଥାନା ତରଫରୁ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇ କାଉଡ଼ିଆ ଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *