୫ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି  । ଏହି କ୍ରମରେ କଟକ ଶିଳ୍ପ ନିର୍ଦ୍ଧେଶକ ଥିବା ଆବୋଲି ସୁନୀଲ ନରଭାଣେଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, କଟକର ପରିଚାଳନା ନିର୍ଦ୍ଧେଶକ ଏବଂ ଓଡ଼ିଶା ରାଜ୍ୟ ଆର୍ଥôକ ନିଗମ, କଟକର ପରିଚାଳନା ନିର୍ଦ୍ଧେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  ।

ଧୀନାଦଗୀରଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ ଏବଂ ରାଉରକେଲା ଉନ୍ନୟନ କର୍ତୃପକ୍ଷର ସଚିବ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି  । ସେ  ବର୍ତମାନ ରାଉରକେଲା ମହାନଗର ନିଗମର କମିଶନରଭାବେ କାର୍ଯ୍ୟ ତୁଲାଉଛନ୍ତି  । ସେହିପରି ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ ରେହାନ ଖତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଛି  । କଟକ ମ୍ୟୁନିସିାଲ୍ କର୍ପୋରେସନ ସୁଶ୍ରୀ କିରଣଦୀପ କୌର ସହୋତାଙ୍କୁ କଟକ ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଛି  ।

ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ବର୍ତମାନ ବ୍ରହ୍ମ ପୁର ମହାନଗର ନିଗମର ଆୟୁକ୍ତ ଥିବାବେଳେ ତାଙ୍କୁ ବ୍ରହ୍ମ ପୁର ଉନ୍ନୟନ କର୍ତ୍ତୃ କ୍ଷର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି  ।

Leave a Reply

Your email address will not be published. Required fields are marked *