ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

ଭୁବନ,୨୯/୦୭/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଉପ ଡାକଘରେ ଦୀର୍ଘ ମାସାଧିକ କାଳ ହେଲା କମ୍ପ୍ୟୁଟର ଅଚଳ ହୋଇଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଜନ ସାଧାରଣ ଚିଠି, ପାର୍ଷଲ ଇତ୍ୟାଦି ପଠାଇ ପାରୁ ନାହାନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଚିଠି ମଧ୍ୟ ପଠାଇ ହେଉନି । ଅତି ଜରୁରୀ ଦରକାର ପଡିଲେ ଲୋକଙ୍କୁ ଭୂଷଳ ସବ ସେଣ୍ଟର କୁ ପଠାଇ ଦିଆ ଯାଉଛି ।

ସେଠାରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଟିକେଟ ନଥିବାରୁ ଲୋକମାନେ ହିନସ୍ତା ହେଉଛନ୍ତି । ଭୁବନ ଉପ ଡାକଘର ଉପରେ ଦୈନିକ ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ମାସାଧିକ କାଳ କମ୍ପ୍ୟୁଟର ଅଚଳ ହୋଇ ଥିବାରୁ ଜନ ସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ବିଭୂତି ଭୂଷଣ ନାୟକ ଙ୍କୁ ଯୋଗାଯୋଗ କରିବାରୁ କମ୍ପ୍ୟୁଟର ଅଚଳ ଓ ସର୍ଭର ସ୍ଲୋ ରହୁଥିବା ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଛନ୍ତି ।

ଥରକୁ ଥର ସଚଳ କରାଯାଉଛି ଦିନେ ଦୁଇ ଦିନ ମଧ୍ୟରେ ପୁଣି ଖରାପ ହୋଇଯାଇଛି ବୋଲି କହିଥିଲେ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଅଛି,ଝିଅ,ବୋହୂ ମାନେ ରାକ୍ଷୀ ପଠାଇବାରେ ନିଶ୍ଚିତ ଭାବେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହା ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଜନ ସାଧାରଣରେ ଦୃଢ଼ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *