ଡାକ ବିଭାଗ ପକ୍ଷରୁ ଲଳିତଗିରେରେ ସଚେତନତା ମେଳା

ମାହାଙ୍ଗା,୨୫/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ବୌଦ୍ଧପୀଠ ଲଳିତଗିରି ଠାରେ ଡାକ ବିଭାଗ ପକ୍ଷରୁ ଏକ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଦକ୍ଷିଣ ଉପ ଡାକ ମଙ୍ଗଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅସ୍ମିତା ମହାନ୍ତି ସଂଯୋଜନା କରିଥିଲେ । ଉତ୍ସବରେ ଉପ ମଣ୍ଡଳ ଅଧିକ୍ଷକ ଦେବୀ ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ  ।

ଭାରତ ସରକାରଙ୍କ ପକ୍ଷରୁ ଡାକଘର ଜରିଆରେ ସଂଚୟ ଓ ଡାକବୀମା ଭଳି ବିଭିନ୍ନ ଲାଭଦାୟକ ଯୋଜନା କିପରି ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରୁଛି ସେ ବିଷୟରେ ଶ୍ରୀ ଶତପଥୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଇଣ୍ଡିଆନ ପୋଷ୍ଟାଲ ବ୍ୟାଙ୍କର ଶାଖା ପରିଚାଳକ ଦୁର୍ଗା ମାଧବ ପରିଡା, ଇନ୍ସପେକ୍ଟର ସଚିନ କୁମାର,ସ୍ଥାନୀୟ ସରପଞ୍ଚ ବଳରାମ ବେହେରା, ସମିତିସଭ୍ୟ ଧ୍ରୁବ ଚରଣ ସାମଲ, ପୂର୍ବତନ ସମିତିସଭ୍ୟ ରୁଦ୍ରନାରାୟଣ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଗ୍ରାମାଞ୍ଚଳରେ ଡାକ ବିଭାଗ ଦ୍ୱାରା କିପରି ସାଧାରଣ ଜମାକାରୀ ମାନେ ସୁଫଳ ପାଇପାରୁଛନ୍ତି ସେ ସମ୍ପର୍କରେ ମତ ରଖିଥିଲେ  । ଏହି ଅବସରରେ ଲଳିତଗିରି ଡାକଘରେ ବହୁ ଗ୍ରାମୀଣ ମହିଳାଙ୍କ ସଂଚୟ ଖାତା ଖୋଳାଯାଇ ସେମାନଙ୍କୁ ଯୋଗାଇ  ଦିଆଯାଇଥିଲା ।

 ଏହି କାର୍ଯ୍ୟକ୍ରମକୁ ପୋଷ୍ଟମାଷ୍ଟର ରଶ୍ମିରେଖା ବଳ, ମିନତୀ ବେହେରା, ସୁଶାନ୍ତ କୁମାର ପ୍ରଧାନ,ଅଭିଜିତ ସାହୁ, ହିମାଂଶୁ ଦାସ, ରୋଜି ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଲଳିତଗିରି ଡାକଘର ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଏହି ଡାକ ସଚେତନତା ମେଳରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *