ଭୁବନ ୦୨/୦୭/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଫରେଷ୍ଟ ସେକସନ୍ ରେ ବନ ମହୋତ୍ସବ ସପ୍ତାହ ଅବସରରେ ରାଙ୍କିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।
ଫରେଷ୍ଟର କବିତା ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଇରପୁର ସରପଞ୍ଚ ଆରତୀ ରାଉତ ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦେହୁରୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଜିତ କୁମାର ବରାଳ ଏବଂ ସମ୍ପାଦକ ସନ୍ତୋଷ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆମ୍ବ,ପଣସ,ପିଜୁଳି,ଲେମ୍ବୁ, ଅଁଳା ପ୍ରଭୃତି ୫୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା। ଫରେଷ୍ଟ ସ୍କ୍ୱାର୍ଡ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
