ଗୋଟିଏ ଦିନ ବଢିଲା ବାଲିଯାତ୍ରା, କଟକ ଛାଡ଼ କୁ ନେଇ ଚର୍ଚ୍ଚା, ଜିଲ୍ଲାପାଳଙ୍କୁ ଘୋଡେ଼ଇ ଡିସିପି ଙ୍କୁ ବିବାଦକୁ ଟାଣିଲା ବିଜେଡ଼ି 

କଟକ ସଦର,୨୦/୧୧/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଏସିଆ ମହାଦେଶର ଏକମାତ୍ର ତଥା ପ୍ରସିଦ୍ଧ କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରାକୁ ସରସ ସୁନ୍ଦର କରିବାକୁ ଜିଲ୍ଲା ପ୍ରଶାସନ ଜାନ୍ ଲଗାଇ ଦେଇଥିଲା ବେଳେ ଚଳିତ ଵର୍ଷ ଆରମ୍ଭରୁ କେଁ ଦେଖାଦେଇଛି। ସବୁଠାରୁ ଚଳିତ ଵର୍ଷ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକ +୨ ଛାତ୍ରଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଦୁଃଖ ଦେବା ସହିତ ଵ୍ୟଵ୍ୟସ୍ଥା କୁ ପଦାରେ ପକାଇଛି। ସେହିପରି ବାଲିଯାତ୍ରାକୁ ମୂଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ତାଙ୍କ ନାଁ ନିମନ୍ତ୍ରଣ ପତ୍ରରେ ନଥିବା ଏଵଂ ମୂଖ୍ୟମନ୍ତ୍ରୀ ଅବ୍ୟବସ୍ଥା ପାଇଁ ଵେଟ୍ରି ଚାଳିତ ଗାଡିରୁ ଓହ୍ଲାଇ ଚାଲିଚାଲି ଯିବା ସହିତ ପ୍ରତିଷ୍ଠିତ ଗାୟିକା ଅସୀମା ପଣ୍ଡାଙ୍କୁ ପୋଲିସ ମଞ୍ଚ ରୁ ଓହ୍ଲେଇ ଦେବା ଗୋଟିଏ ପରେ ଗୋଟିଏ ଘଟଣା ଜିଲ୍ଲା ପ୍ରଶାସନର ଦାୟିତ୍ବହୀନତା ପ୍ରତି ଆଙ୍ଗୁଳି ଉଠିଛି। ଏଥିରେ ଦୁଃଖ ପ୍ରକାଶ କରି କଟକର ଯୁବ ବିଧାୟିକା ସୋଫିଆ ଫିରଦୋଶ କହିଛନ୍ତି ଯେ ଯେଉଁମାନେ କଟକର ଐତିହ୍ୟ ପ୍ରତି ଅବହେଳା କରିଛନ୍ତି ସେମାନେ ତୁରନ୍ତ କଟକ ଛାଡ଼ନ୍ତୁ। ସୋଫିଆଙ୍କ କଥାରେ ଚିହିଁକି ଉଠି ବିଜେଡ଼ି ନେତା ତଥା ସିଏମସି ମେୟର ସୁବାସ ସିଂ ଜିଲ୍ଲାପାଳଙ୍କୁ ଘଣ୍ଟ ଘୋଡେଇ ଡିସିପି ଙ୍କୁ ବିବାଦକୁ ଟାଣିଥିଵା କେଉଁ ସ୍ୱ। ର୍ଥରେ ବୋଲି ଚର୍ଚ୍ଚା ଜୋର ଧରିଛି। ହେଲେ ବାଲିଯାତ୍ରା ପରେ ବିବାଦ ଉପରେ କ’ଣ ପଦକ୍ଷେପ ନିଆଯାଉଛି ,ତାକୁ କେବଳ ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ ଯେ ୨୨ ତାରିଖ ରେ ସରିବାକୁ ଥିବା ବାଲିଯାତ୍ରା ଗୋଟିଏ ଦିନ ଵଢାଯାଇ ୨୩ ତାରିଖ ରେ ଉଦଯାପିତ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *