ବିଶ୍ଵ ବୟସ୍କ ନିର୍ଯାତନା ସଚେତନତା ଦିବସ ପାଳନ

ଜଗତସିଂହପୁର,୧୮/୦୬/୨୦୨୫ (ଓଡ଼ିଶା ସମାଚାର)- ବିରିଡି ବ୍ଲକ ଅନ୍ତର୍ଗତ ଅଢଙ୍ଗମଜୁରାଇ ଗ୍ରାମ ପଞ୍ଚାଯତ କାର୍ଯ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ତା ୧୫.୦୬.୨୦୨୫ ରିଖ ଦିନ ବିଶ୍ଵ ବୟସ୍କ ନିର୍ଯାତନା ସଚେତନତା ଦିବସ ପାଳନ ହୋଇଯାଇଛି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ପାରା ଲିଗାଲ ସ୍ବେଛାସେବୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ପାରା ଲିଗାଲ ସ୍ବେଛାସେବୀ ଅତିଥି ପରିଚୟ କରାଇଥିଲେ ।

ବୟସ୍କ ବ୍ୟକ୍ତିଙ୍କ ସହ ହେଉଥିବା ଅତ୍ୟାଚାରକୁ ରୋକିବା ଏବଂ ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ସହ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ । କୌଣସି ସ୍ଥାନରେ ଯଦି ବୟସ୍କ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଥାଏ ତେବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ ସଚିବ ସଚେତନ କରାଇବା ସହ ବିଭିନ୍ନ ଆଇନ ଗତ ଦିଗ ବିଷୟରେ ଆଲୋଚନା କରିଥିଲେ । ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *