ନିଶ୍ଚିନ୍ତକୋଇଲି,୨୧/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ଅତି ଲୋଭ କରି କୋଟି ପତି ହେବା ନିଶାରେ ଠକ ସଂସ୍ଥାରେ ଟଙ୍କା ଲଗାଇ ନିଶ୍ଚିନ୍ତକୋଇଲି ର ଅନେକ ଲୋକ ହୋଇଛନ୍ତି ଠକାମୀ ର ଶିକାର। ପ୍ରତିଦିନ ଟଙ୍କା ଜମାକାରୀ ଜମାକରିଥବା ପଇସାରୁ କିଛି କିଛି ତାଙ୍କୁ ସଂସ୍ଥା ଦେଉଥିଲା। ୧୬ ହଜାର ୫୦୦ ଟଙ୍କା ଜମା କଲେ ପ୍ରତିଦିନ ୬୧୫ ଟଙ୍କା ମିଳୁଥିଲା।

ଆଉ ତାପରେ ଯେତେ ଲୋକଙ୍କୁ ମେମ୍ବର କରୁଥିଲେ ସେହି ଅନୁଯାୟୀ ଅଧିକ ଟଙ୍କା ମିଳୁଥିଲା। କିଛିଦିନ ଭିତରେ କୋଟିପତି ହେବାର ସ୍ୱପ୍ନ ଦେଖି ଅନଲାଇନରେ ‘ହଗ ଇଣ୍ଡିଆ ‘ ନେଟ ୱାର୍କିଂ ଆପ୍ସ ମାଧ୍ୟମରେ ଏଭଳି କରୁଥିଲେ ଲୋକେ।
ଏବେ ଏହି ସଂସ୍ଥା କୋଟି କୋଟି ଟଙ୍କା ଠକି ନେବା ପରେ ଆଉ ଆପ୍ସ ଖୋଲୁନି କି ଟଙ୍କା ଆସୁନି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ। ଏହି ଅଞ୍ଚଳର ଶତାଧିକ ନିବେଶକ ନିଶ୍ଚିନ୍ତକୋଇଲି ଥାନାରେ ପହଂଚି ଲିଖିତ ଏତେଲା ଦେଇଛନ୍ତି। ଏହି ସଂସ୍ଥାକୁ ପ୍ରଥମେ ଏହି ଅଞ୍ଚଳକୁ ଆଣିଥିବା ପାତ୍ର ମଲ୍ଟିମିଡ଼ିଆ ର ମାଲିକ ମଧ୍ୟ ତାଙ୍କ ଦୋକାନ ବନ୍ଦ କରି ଫେରାର ହୋଇଯାଇଥିବା ଜଣା ପଡ଼ିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।
