ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ବାଲି ମହୋତ୍ସବର ପ୍ରଥମ ବାଲଭୋଗ ଅର୍ପଣ
ନେମାଳ, ୧୫/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ଯୁଗେ ଯୁଗେ ମାଳିକାର ସ୍ରଷ୍ଟା ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ସୁବିଦିତ , ଯଦିଓ ଏହା ତାଙ୍କର ଏକମାତ୍ର ପରିଚୟ ନୁହେଁ । ଜଣେ ସିଦ୍ଧ ପୁରୁଷ ଓ ମହାନ ସନ୍ଥ ଭାବରେ ଓଡିଆ ଜାତିରେ ଜନ୍ମଗ୍ରହଣ କରି ସେ ଏ ଜାତିକୁ ଧନ୍ୟ କରିଛନ୍ତି । ସେହି ମହାନ ପୁରୁଷଙ୍କ କୃତିତ୍ୱ ଓ ତାଙ୍କର ସାଧନାପୀଠ ନେମାଳରେ ଦେବସ୍ନାନଯାତ୍ରା ଓ ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ଉପଲକ୍ଷେ ଆୟୋଜିତ ବାଲିମେଳା ମହୋତ୍ସବର ଉଦ୍ୟାପନି ପର୍ବ ଅବସରରେ ଉପସ୍ଥିତ ବହୁ ସାଧୁସନ୍ଥ ମତବ୍ୟକ୍ତ କରିଛନ୍ତି । ବାଲିମେଳା ମହୋତ୍ସବ କମିଟି ଅଧ୍ୟକ୍ଷ ସାମ୍ବାଦିକ ଡଃ ବିନୟ କୁମାର ଦାସଙ୍କ ସଭାପତିତ୍ୱ ଏବଂ ପ୍ରେସ୍ କ୍ଲବର ସଭାପତି କ୍ଷମାନିଧି ପୁଝାରୀଙ୍କ ସଂଯୋଜନା ରେ ଆୟୋଜିତ କର୍ୟ୍ୟକ୍ରମରେ ଉଦ୍ଘାଟକ ଭାବେ ବ୍ରହ୍ମଅଭଦୂତ ସୁକାନ୍ତ ଦାସଜୀ ମହାରାଜ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଗୋଲଖ ପରିଡା ଯୋଗଦେଇଥିଲେ ।
ବରେନ୍ୟ ଅତିଥି ଭାବେ ହରି ଓଁ ବାବା ,ବାବା ବଂଶିଧର ,ମହନ୍ତ ଅନ୍ତରାମ ଦାସ,ବାବାଜି ବିଶ୍ୱନାଥ ଦାସ ,ଅଶୋକ ବାବା,ଡଃ ପ୍ରସନ୍ନ ଦାସ,ଶୁକାନନ୍ଦ ଗିରି. ସ୍ୱମୀ ବିଷ୍ଣୁଗୀରି ମହାରାଜ , ବାବା ରେବତି ରମଣ ଦାସ , ଭାବନାନନ୍ଦ ଦାସ କାହ୍ନା ବାବା ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ସାମ୍ବାଦିକ ରତ୍ନାକର ବାରିକ , ସାମ୍ବାଦିକ ଅଭୟ ଜେନା , ସୁଜାତା ଗୋସ୍ୱାମୀ , ସମାଜସେବୀ କେସବ ଚନ୍ଦ୍ର ଦଳାଇ ,ଉପସଭାପତି ସାମ୍ବାଦିକ ଗୋବିନ୍ଦ ଦାସ ,ସାଂସ୍କୃତିକ ସଂଯୋଜକ ସାମ୍ବାଦିକ ମିନକେତନ ଦାସ , ସହ ସମ୍ପାଦକ ସାମ୍ବାଦିକ ଅମିତାଭ ମହାପାତ୍ର ,କୋଷାଧ୍ୟକ୍ଷ ସାମ୍ବାଦିକ ଜାନକିବଲ୍ଲଭ ମହାନ୍ତି ,ସାମ୍ବାଦିକ କିରଣ ଶଂକର ନାୟକ ,ସାମ୍ବାଦିକ ଇଜାଜ ଖାଁନ ,ସାମ୍ବାଦିକ ପ୍ରମୋଦ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରରେ ବାଲିଯାତ୍ରା ମହୋତ୍ସବ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିବା ହ୍ୟାଣ୍ଡିକ୍ରାଫ୍ଟ ,ଓରମାସ ର ସମସ୍ତ ବ୍ୟାସାୟୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବା ବେଳେ ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଶେଷରେ ବରିଷ୍ଠ ସେବାୟତ ଧରଣିଧର ପୂଝାରୀ, ଶଶୀକାନ୍ତ ପୂଝାରୀ ଓ ପ୍ରସାନ୍ତ କୁମାର ପୂଝାରୀଙ୍କ ସଂଯୋଜନାରେ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ସମୟରୁ ଭାଇଚାରା ସମ୍ପର୍କ ସୃଷ୍ଟି ହୋଇଥିବା ଶଖା ଅଚ୍ୟୁତି ଖାଁଙ୍କ ସମ୍ପର୍କକୁ ନିବିଡ କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟରଙ୍କୁ ବାଲି ମହୋତ୍ସବର ପ୍ରଥମ ବାଲଭୋଗ ଅର୍ପଣ କରାଯାଇ ସମ୍ପର୍କକୁ ଅହୁରି ସୁଦୃଢ କରିବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଚିତ୍ରୋତ୍ପଳା ନଦୀତଟ ରେ ରାହାସ କିର୍ତ୍ତନ,ଭଜନଜଣାଣ ଓ ମହାପୁରୁଷଙ୍କ ତତ୍ୱ ଆଲୋଚନା ଚକ୍ରରେ ସମଗ୍ର ପରିବେଷ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଓଡିଶା କୋଣ ଅନୁକୋଣରୁ ଆସିଥିବା ଅଚ୍ୟୁତ ପ୍ରେମି ଶ୍ରଧାଳୁ ମାନେ ରହି ଭକ୍ତ ଓ ଭଗବାନଙ୍କର ଦୂର୍ଲ୍ଲଭ ମିଳନ ଏବଂ ହିନ୍ଦୁ ଓ ମୁସଲମାନଙ୍କର ନିଆରା ଭାଇଚାରା ସମ୍ପର୍କକୁ ଅନୁଭବ କରୁଥିଲେ ।
ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ , ବଜାର ବ୍ୟବସାୟୀ ସଂଘ ,ସେବାୟତ ସଂଘଙ୍କ ସମେତ ବହୁ ଅନଷ୍ଠାନ, ଅଚ୍ୟୁତ ପ୍ରେମୀ, ଲୋକପ୍ରତିନିଧି,ସାହିତ୍ୟିକ ଓ ସମାଜ ସଂସ୍କାରକ ମାନେ ଯୋଗ ଦେଇଥିବା ବେଳେ ହରପ୍ରସାଦ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
