ନୂଆଦିଲ୍ଲୀ/ଭୁବନେଶ୍ୱର,୦୫/୦୮/୨୦୨୫ (ଓଡ଼ିଶା ସମାଚାର/ଏଜେନ୍ସି)- ସୁନାମି ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଦ୍ୱାରା ସୃଷ୍ଟି ହୁଏ । ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ, ଜାପାନ ଓ ଆମେରିକୀୟ ଏଜେନ୍ସିଗୁଡ଼ିକ ମଧ୍ୟ ସୁନାମି ସତର୍କତା ଜାରି କରିଥିଲେ । ଭାରତର ଉପକୂଳବର୍ତୀ ଅଂଚଳରେ ସୁନାମିର ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଭଳି ପ୍ରାକୃତିକ କାରଣ ଯୋଗୁଁ ହୋଇପାରେ । ଜାଣନ୍ତୁ ଭାରତର କେଉଁ ସହରଗୁଡ଼ିକ ସୁନାମିର ଅଧିକ ସମ୍ଭାବନା ରହିଛି ।
ବୈଜ୍ଞାନିକଙ୍କ ଅନୁସାରେ ଓଡ଼ିଶା ସମୁଦ୍ର ତଟବର୍ତୀ ଅଂଚଳ ଯେପରିକି ପୁରୀ, ବାଲେଶ୍ୱର, ଜଗତସିଂହପୁର ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଂଚଳ ସୁନାମୀ ପ୍ରଭାବକୁ ଅଧିକ ପ୍ରତିକ୍ରିୟାଶୀଳ ହେବାର ସମ୍ଭାବନା ରହିଛି । ବେଙ୍ଗାପସାଗରରେ ଅବସ୍ଥିତ ପୁରୀ, ଘୂର୍ଣ୍ଣିଝଡ଼ ଓ ସୁନାମି ଭଳି ସାମୁଦ୍ରିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ । ତେବେ, ସୁନାମୀର ପ୍ରଭାବ କେବଳ ଓଡ଼ିଶା ନୁହେଁ, ଭାରତର ଅନ୍ୟ କିଛି ରାଜ୍ୟ ଓ ସହରକୁ ମଧ୍ୟ ପ୍ରଭାବିତ କରିପାରେ । ଓଡ଼ିଶାର ଯେଉଁ ଅଂଚଳରେ ସୁନାମୀ ର ଅଧିକ ସମ୍ଭାବନା ରହିଛି, ସେଗୁଡ଼ିକ ହେଉଛି ପୁରୀ , ବାଲେଶ୍ୱର ,ପାରାଦୀପ ଓ ଗୋପାଳପୁର ଯାହା ଭାରତୀୟ ସରକାର ଏବଂ ଇଣ୍ଡିଆନ ନ୍ୟାସନାଲ ସେଂଟର ଫର ଓସିଆନ ଇନଫର୍ମେସନ ସର୍ଭିସେସ ଦ୍ୱାରା ଚିହ୍ନଟ କରାଯାଇଛି ।
