ଜଗତସିଂପୁର, ୨୬/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ପ୍ରାଣିଚିକିତ୍ସ। ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବିଶ୍ଵ ପ୍ରାଣିଚିକିତ୍ସା ଦିବସ ପାଳନ ଉପଲକ୍ଷେ ସଂସ୍କୃତି ଭବନଠାରେ ଏକ ସଭାର ଆୟୋଜନ କରଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଜଗତସିଂପୁର ର ଅତିରିକ୍ତ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ଜେନା ଆନୁଷ୍ଠାନିକଭାବେ ଉଦଘାଟନ କରି କହିଲେଯେ, ପ୍ରାଣୀ ସମ୍ପଦ ଜୀବନ ଓ ଜୀବିକା ସହିତ ଓତପ୍ରୋତଃ ଭାବେ ଜଡିତ ।
ପ୍ରାଣୀ ସମ୍ପଦର ବିକାଶ ଧାରାରେ ପ୍ରାଣୀ ଚିକିତ୍ସକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ। ଜଗତସିଂପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସକ ମାନଙ୍କ ବିଶେଷ ଅବଦାନ ଯୋଗୁ ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ହୋଇପାରିଛି। ଜିଲ୍ଲା ବିଭିନ୍ନ ପ୍ର।କୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ଭଳି ବିପଦ ସମୟରେ ପ୍ରାଣୀ ଚିକିତ୍ସକ ମାନଙ୍କ ଦ୍ଵାରା ଜରୁରୀ କାଳୀନ ପ୍ରାଣୀ ଚିକିତ୍ସା ସେବା, ଗୋଖାଦ୍ୟ ଯୋଗାଣ, ଟିକା କରଣ ଆଦି କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶଂସା କରିଥିଲେ।
ସେହିପରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ଶଶାଙ୍କ ଶେଖର ନାୟକ, ସ୍ଵାଗତ ଭାଷଣ ପ୍ରଦାନ ସହିତ ବିଶ୍ଵ ପ୍ରାଣୀ ଚିକିତ୍ସ। ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଲେ ଯେ ଚଳିତ ବିଶ୍ଵ ପ୍ରାଣୀ ଚିକିତ୍ସ। ଦିବସର ମୁଖ୍ୟ ବାର୍ତ୍ତା ହେଉଛି – “ପ୍ରାଣୀ ସ୍ୱାସ୍ଥ୍ୟ ପାଇଁ ମିଳିତ ପ୍ରଚେଷ୍ଟା”। ପ୍ରାଣିଚିକିତ୍ସ। ସେବା, ପ୍ରାଣୀ ପାଳନ, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି, ଜୀବିକା ନିର୍ବାହ କ୍ଷେତ୍ରରେ ପ୍ରାଣୀ ଚିକିତ୍ସକ ମାନଙ୍କ ଅବଦାନ ଅତୁଳନୀୟ ।
ଜିଲ୍ଲା ସସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ ଜେନା ଗ୍ରାମାଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶଧାର।ରେ ପ୍ରାଣୀ ସମ୍ପଦ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିବାରୁ, ତାଙ୍କର ସେବାରେ ନିୟୋଜିତ ପ୍ରାଣୀ ଚିକିତ୍ସକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡା॰ ସରୋଜ କୁମାର ମଲ୍ଲିକ, ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାୟାଳୟ ଡା॰ ବିଦ୍ୟାଧର ଶତପଥୀ, ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ସହାୟତାସେବା, ଭେଟେରୀନାରୀ ଡାକ୍ତର ମାନଙ୍କର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ ।
ଏହା ପରେ ବୈଷୟିକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା। ଏଥିରେ ଜ଼ିଲ୍ଲା ରୋଗ ନିରୂପଣ ଅନୁଷ୍ଠାନ ର ଭାରପ୍ରାପ୍ତ ଅଧିକାରୀ ଡା. ଅଭିଳାଷ ରାଉତରାୟ, ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ପ୍ରାଣୀ ଚିକିତ୍ସକ ମାନଙ୍କର ଥିବା ବିଭିନ୍ନ ବିଭାଗର ଭୂମିକା ଉପରେ ଆଲୋକପାତ କରିଥିଲେ ଏହା ପରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣିସମ୍ପଦ ଉପ୍ତାଦକ) ଡା. ଭୁବନ ମୋହନ ସାହୁ ସରକାରଙ୍କ ବିଭିନ୍ନ ପ୍ରଣିପାଳନ ଯୋଜନା ଉପରେ ଆଲୋକପାତ କରାଇଥିଲେ ।
ଡାକ୍ତର ପ୍ରଭୁଦତ୍ତ ଦାଶ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ରୋଗ ନିୟନ୍ତ୍ରଣ) ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ଡାକ୍ତର ଯଦୁନାଥ ପରିଡ଼ା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ ମଙ୍ଗଳ) ଧନ୍ୟବାଦ ଅର୍ପଣ କରିଥିଲେ।
-0-
