ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ସପ୍ତାହ ପାଳନ

ଜଗତସିଂହପୁର,୦୪/୦୯/୨୦୨୬(ଓଡ଼ିଶା ସମାଚାର)-ତା୧-୦୯-୨୦୨୬ ଠାରୁ ରାଜ୍ୟ ପରିବହନ ଆୟୋଗଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ସପ୍ତାହ ପାଳନ କରାଯାଉଛି । ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ନିର୍ଦ୍ଦେଶରେ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କରାଯାଇଛି।

ତୃତୀୟ ଦିନରେ ଜଗତସିଂହପୁର ଥାନା ରେ ୪ ଟି ବେନିୟମ ଭାବରେ ନିର୍ଦ୍ଧାରିତ ବୟସ ସୀମା  ଠାରୁ କମ୍ ଚାଳକ ଙ୍କୁ ବିନା ଲାଇସେନ୍ସରେ ୨୫ ହଜାର ଟଙ୍କା ଲେଖାଏଁ ଦଣ୍ଡ ବିଧାନ କରି ଗାଡ଼ି ଗୁଡ଼ିକ ଅଟକ ରଖାଯାଇଛି , ତତସହିତ ମୋବାଇଲ ଫୋନ୍ ବ୍ୟବହାର , ବିନା ପ୍ରଦୂଷଣ ଏବଂ ବିନା ଗାଡ଼ି ବିମା ପାଇଁ ସମୁଦାୟ ୪ଲକ୍ଷ ୨୦ ହଜାର ୫ ଶହ ଟଙ୍କା ଦଣ୍ଡବିଧାନ କରାଯାଇଛି।

ଶୂନ୍ୟ ମୃତାହତ ସପ୍ତାହ ସଚେତନତା ପାଇଁ ମୂଲ୍ୟବାନ ଜୀବନ ର ସୁରକ୍ଷାକୁ ଗୁରୁତ୍ବ ଦେଇ ଦୁଇ ଚକିଆ ଯାନ ରେ ହେଲମେଟ ପିନ୍ଧିବା ,ଚାରିଚକିଆ ଯାନ ରେ ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ି ଚଲାଇବା ସମୟରେ ମୋବାଇଲ ବ୍ୟବହାର ନକରିବା, ନିଶା ପାନ କରି ଗାଡ଼ି ନଚଲାଇବା, ରାସ୍ତା କଡ଼ରେ ବେନିୟମ ଭାବରେ ଗାଡ଼ି ରଖି ରାସ୍ତା ଅବରୋଧ ନକରିବା , ଦୃତ ଗତିରେ ଗାଡି ନଚଲାଇବା, ଟ୍ରାଫିକ ନିୟମ ଉଲ୍ଲଂଘନ ନକରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସେଠୀ ଲୋକ ସମ୍ପର୍କ ବିଭାଗ ଜରିଆରେ ଜନସାଧାରଣ ଙ୍କୁ ଅବଗତ କରାଇଛନ୍ତି।

ଶୂନ୍ୟ ମୃତାହତ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପାଳନ ହେବ। ସେଥିପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *